ରବୀନ୍ଦ୍ରନାଥ ଟାଗୋର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା

ରବୀନ୍ଦ୍ରନାଥ ଟାଗୋର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା

ରବୀନ୍ଦ୍ରନାଥ ଟାଗୋର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା
ରବୀନ୍ଦ୍ରନାଥ ଟାଗୋର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ହୋଇଥିଲେ। ରବିନ୍ଦ୍ରନାଥ ଟାଗୋର ୧୮୬୧ ମେ ୭ ତାରିଖ ଦିନ ପଶ୍ଚିମବଙ୍ଗ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପ୍ରତିଭା ପିଲା ଦିନରୁ ହିଁ ହୋଇଥିଲା । ସେ ଏକାଧାରାରେ କବି, ଲେଖକ, ଗାଳ୍ପିକ, ସଙ୍ଗୀତଜ୍ଞ, ଦାର୍ଶନିକ ଓ ସମାଜସେବକ ଥିଲେ । ତାଙ୍କୁ ଗୁରୁଦେବ, କବିଗୁରୁ ଓ ବିଶ୍ୱଗୁରୁ ଭାବେ ଆଖ୍ୟା ମିଳିଛି । ଗୀତାଞ୍ଜଳୀ ବହି ପାଇଁ ପ୍ରଥମ ଥର ଭାରତ ରବିନ୍ଦ୍ରନାଥ ଟାଗୋରଙ୍କ ସାହିତ୍ୟରେ ନୋବେଲ ପୁରସ୍କାର ମିଳିଥିଲା । ଏହି ନୋବେଲ ପୁରସ୍କାର ୧୯୧୩ ମସିହାରେ ମିଳିଥିଲା । ତାଙ୍କ ଜୀବନ କାଳରେ ଅନେକ ବିଷୟ ଉପରେ ଲେଖିଛନ୍ତି । ସେ ମଧ୍ୟ ଅନେକ ଉପନାସ ଲେଖିଛନ୍ତ । ସେଥି ମଧ୍ୟରୁ ନଷ୍ଟନିର, ଚୋଖେର ବାଲି, ନୌକାଦୁବି, ଜୋଗାଯୋଗ ଇତ୍ୟାତି । ଭାରତ ଜାତୀୟ ସଙ୍ଗୀତ ‘ଜନଗଣମନ’ର ରଚୟିତା ହେଉଛନ୍ତି ରବିନ୍ଦ୍ର ନାଥ ଟାଗୋର । ସେ ବି୍ରଟିସ୍ ସାମ୍ରଜ୍ୟବାଦର ତୀବ୍ର ବିରୋଧୀ ଏବଂ ଭାରତୀୟ ଜାତୀୟତାବାଦୀଙ୍କ ସମର୍ଥକ ଥିଲେ । ବ୍ରିଟିସ ଶାସନ ବ୍ୟବସ୍ଥାକୁ ସେ ଭାରତୀୟ ସାମାଜିକ ବ୍ୟାଧିର ରାଜନେତିକ ଲକ୍ଷଣ ଭାବେ ଅଭିହିତ କରିଥିଲେ । ଶିକ୍ଷାକୁ ସେ ଆଜୀବନ ପ୍ରାଧାନ୍ୟ ଦେଇଥିଲେ । ଉପଯୁକ୍ତ ଶିକ୍ଷା ବିନା ସମସ୍ତ ପ୍ରକାରର ବିପ୍ଳବ ଅର୍ଥହୀନ ବୋଲି କହୁଥିଲୋ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ସେ ପଞ୍ଜୁରି ଭିତରେ ବନ୍ଦୀ ଶୁଆକୁ ତାମିଲ ସହ ତୁଳନା କରିଥିଲେ । ଶିକ୍ଷାକୁ ପାଠ୍ୟକ୍ରମ ଓ ପୁସ୍ତକ ବାହାରକୁ ନେବା ପାଇଁ ସେ ଶାନ୍ତିନିକେତନରେ ବିଶ୍ୱ ଭାରତୀ ସ୍ଥାପନ କରିଥିଲେ ।