ଜରୁରୀ ଆବଶ୍ୟକତା ପୂରଣ ପାଇଁ ଲୋକଙ୍କ ପାଖରେ ଏବେ ମୋଟ ୨୯ ଲକ୍ଷ କୋଟି ଟଙ୍କାର ନଗଦ

ଜରୁରୀ ଆବଶ୍ୟକତା ପୂରଣ ପାଇଁ ଲୋକଙ୍କ ପାଖରେ ଏବେ ମୋଟ ୨୯ ଲକ୍ଷ କୋଟି ଟଙ୍କାର ନଗଦ

ଜରୁରୀ ଆବଶ୍ୟକତା ପୂରଣ ପାଇଁ ଲୋକଙ୍କ ପାଖରେ ଏବେ ମୋଟ ୨୯ ଲକ୍ଷ କୋଟି ଟଙ୍କାର ନଗଦ
ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ଲହରିକୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଜରୁରୀ ଆବଶ୍ୟକତା ପୂରଣ ପାଇଁ ପାଖରେ ନଗଦ ପରିମାଣ ବଢ଼ାଇବାକୁ ଲାଗିଛନ୍ତି । ଫଳରେ ଲୋକଙ୍କ ପାଖରେ ଏବେ ମୋଟ ୨୯ ଲକ୍ଷ କୋଟି ଟଙ୍କାର ନଗଦ ମହଜୁଦ ରହିଛି । ଦ୍ୱିତୀୟ ଲହରି ମାଡ଼ରେ ଲୋକମାନେ ଏପି୍ରଲ ମାସରେ ୪ ସପ୍ତାହ ମଧ୍ୟରେ ୫୭ ହଜାର ୮୦୦ କୋଟି ଟଙ୍କାରୁ ଅଧିକ ଉଠାଇ ନେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତଥ୍ୟ ମୁତାବକ ଲୋକଙ୍କ ପାଖରେ ନଗଦ ଉପଲବ୍ଧତା ଏପି୍ରଲ ୨୩ ସୁଦ୍ଧା ୨୯,୦୭,୦୬୭ କୋଟି ଟଙ୍କାରେ ପହଞ୍ଚିଛି । ପୂର୍ବ ସପ୍ତାହ ତୁଳନାରେ ଏହା ୭,୩୫୨ କୋଟି ଟଙ୍କା ଅଧିକ । ମାର୍ଚ୍ଚ ୨୬ରେ ଲୋକଙ୍କ ନିକଟରେ ୨୮,୫୮,୫୪୭ କୋଟି ଟଙ୍କାର ନଗଦ ରହିଥିଲା । ସବୁଠୁ ବଡ଼ କଥା ହେଲା କୋଭିଡ ସଂକ୍ରମଣ ପରେ ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଇବାରେ ଲାଗିଛି ।