ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ
ରାଇରଙ୍ଗପୁର: ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ଦାବିରେ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଅଛି। ବନ୍ଦରେ ଉପଖଣ୍ଡ ଅଂଚଳରେ ଯଥା ବହଲଦା, ତିରିଂ, ବିଶୋଇ, ଜାମଦା ଓ କୁସୁମୀ ବ୍ଲକ ସମେତ ରାଇରଙ୍ଗପୁର ବ୍ଲକ ଓ ମ୍ୟୁନିସିପାଲଟି ଅଂଚଳରେ ବ୍ୟାପକ ପ୍ରଭାବ ଦେଖାଯାଇଛି। ସମଗ୍ର ଅଞ୍ଚଳବାସୀ ବନ୍ଦ କୁ ସମର୍ଥନ କରିଛନ୍ତି। ସହରରେ ବିଭିନ୍ନ ଦଳ ର ନେତା ମାନେ ସକାଳ ଠାରୁ ପିକେଟିଂ ଆରମ୍ଭ କରି ଥିଲେ। ଯାନବାହନ ଚଳାଚଳ, ଦୋକାନ ବଜାର, ସରକାରୀ କାର୍ୟ୍ୟଳୟ, କୋର୍ଟ, ଶିକ୍ଷା ଅନୁଷ୍ଠାନ ସବୁ ବନ୍ଦ ରହି ଥିଲା। ବନ୍ଦରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ , ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି, ନବୀନ ରାମ, ରତିକାନ୍ତ ପରୀକ୍ଷା, ମହିଳା ନେତ୍ରୀ ତନୁଜା ମହାନ୍ତ ଓ କ୍ରିୟାନୁଷ୍ଠାନ କମିଟି ର କର୍ମକର୍ତା ମାନେ ଉପସ୍ଥିତ ଅଛନ୍ତି।




admin 