ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା
ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା। ୧୯୮୬ ବ୍ୟାଚର ଏହି ଆଇଏଏସ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ଫେବ୍ରୁଆରୀ ୨୮ ତାରିଖରେ ଶେଷ ହେଉଥିଲା। କିନ୍ତୁ କୋଭିଡ ପରିଚାଳନାରେ ତାଙ୍କର ଦକ୍ଷତା ରହିଥିବାରୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ସୁପାରିଶ ଅନୁଯାୟୀ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ରରୁ ଆଜି ଏ ନେଇ ଅନୁମୋଦନ ମିଳିଯାଇଛି। ଶ୍ରୀ ମହାପାତ୍ର ୨୦୨୧ ଜାନୁଆରୀରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଏବେ ତାଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ଶେଷ ଯାଏଁ ବଢିଯାଇଛି।




admin 