ମୁଁ ନାଗ, ଗୋଟିଏ ଚୋଟରେ କାମ ଶେଷ କରିଦେବି : ମିଥୁନ

ମୁଁ ନାଗ, ଗୋଟିଏ ଚୋଟରେ କାମ ଶେଷ କରିଦେବି : ମିଥୁନ

ମୁଁ ନାଗ, ଗୋଟିଏ ଚୋଟରେ କାମ ଶେଷ କରିଦେବି : ମିଥୁନ
ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ବର୍ଷୀୟାନ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । କୋଲକାତାର ବି୍ରଗେଡ ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲିର ଠିକ ପୂର୍ବରୁ ସେ ବିଜେପିରେ ମିଶିଥିଲେ । ତାଙ୍କୁ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ଏବଂ ପଶ୍ଚିମବଙ୍ଗରେ ଦଳର ମୁଖ୍ୟ ଦିଲ୍ଲୀପ ଘୋଷ ସ୍ୱାଗତ କରିଥିଳେ । ମିଥୁନ ପୂର୍ବରୁ ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭା ସାଂସଦ ଭାବେ କାମ କରି ସାରିଛନ୍ତି । ବିଜେପିରେ ଯୋଗ ଦେବା ପରେ ସେ ଉକ୍ତ ରାଲିରେ କହିଛନ୍ତି କି ତାଙ୍କୁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ବିଜେପି ଏକ ବିରାଟ ପ୍ଲାଟଫର୍ମ ଯୋଗାଇଛି । ଜଣେ ବଙ୍ଗାଳୀ ଭାବେ ସେ ଗର୍ବ ଅନୁଭବ କରନ୍ତି ବୋଲି ଦର୍ଶାଇ ମିଥୁନ କହିଛନ୍ତି କି ତାଙ୍କର ସବୁବେଳେ ନିଜ ଜୀବନରେ କିଛି ବଡ଼ କରିବାର ଇଚ୍ଛା ଥିଲା । ହେଲେ ବିଶ୍ୱର ସବୁଠାରୁ ଲୋକପି୍ରୟ ନେତା ମୋଦିଙ୍କର ଏତେ ବିଶାଳ ରାଲିରେ ମୁଁ ଯୋଗ ଦେବି ବୋଲି ପୂର୍ବରୁ କେବେ କଳ୍ପନା ବି କରି ନଥିଲି । ମାର୍ଚ୍ଚ ୧୨ରୁ ଦଳ ରାଜ୍ୟରେ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଥିଲା ବେଳେ ସେ ଏଥିରେ ସାମିଲ ହେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।