ମା’ଙ୍କୁ ମାଡ଼ ମାରି ପୁଅ ଗିରଫ

ମା’ଙ୍କୁ ମାଡ଼ ମାରି ପୁଅ ଗିରଫ

ମା’ଙ୍କୁ ମାଡ଼ ମାରି ପୁଅ ଗିରଫ
ଭୁବନେଶ୍ୱର: ମା’ଙ୍କୁ ମାଡ଼ ମାରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ପୁଅକୁ ଗିରଫ କରିଛି । ତାଙ୍କ ନାମ ଲିପୁ ଓରଫ ରାଜକୁମାର ପ୍ରଧାନ (୩୧) । ଘର କେଶୁରା । ସୂଚନା ଅନୁସାରେ ଲିପୁ ସବୁବେଳେ ମତ ପିଇବା ପାଇଁ ମା’କିରଣବାଲା ପ୍ରଧାନଙ୍କୁ ଟଙ୍କା ମାଗନ୍ତି । ନ ଦେଲେ ଘରେ ଜିନିଷ ପତ୍ର ଫୋପଡ଼ା ଫିଙ୍ଗା କରିବା ସହ ଭଙ୍ଗାରୁଜା କରନ୍ତି । ଲିପୁ କିରଣବାଲାଙ୍କୁ ଟଙ୍କା ମାଗିଥିଲେ । ସେ ଦେବାକୁ ମନା କରିବାରୁ ଲିପୁ ଉତକ୍ଷିପ୍ତ ହୋଇ ବିରଣବାଲାଙ୍କୁ ମାରଧର କରିବା ସହ ହତ୍ୟା ଧମକ ଦେଇଥିଲେ । ତେଣୁ କିରଣବାଲା ଲିପୁଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଲିପିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।