ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୧୫୦୦ ଟଙ୍କା : ପାଲାନିସ୍ୱାମୀ

ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୧୫୦୦ ଟଙ୍କା : ପାଲାନିସ୍ୱାମୀ

ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୧୫୦୦ ଟଙ୍କା : ପାଲାନିସ୍ୱାମୀ
ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଏଆଇଡିଏମକେ ନେତା ଇ.ପାଲାନିସ୍ୱାମୀ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ପୁଣି ଥରେ କ୍ଷମତାକୁ ଫେରିଲେ ରାଜ୍ୟର ପ୍ରତ୍ୟେକ ପରିବାରକୁ ବର୍ଷକୁ ୬ଟି ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ । ତା ସହିତ ପ୍ରତି ପରିବାରର ଜଣେ ବରିଷ୍ଠ ମହିଳାଙ୍କୁ ମାସିକ ୧୫୦୦ ଟଙ୍କାର ଭତ୍ତା ଦିଆଯିବ । ପାଲାନିସ୍ୱାମୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏଭଳି ପଦକ୍ଷେପ ଯୋଗୁଁ ରାଜ୍ୟର ସମସ୍ତ ପରିବାର ଉପକୃତ ହେବେ ଏବଂ ଏହା ଦ୍ୱାରା ସମାଜରେ ଆର୍ଥିକ ସମାନତା ଆସିବ । ସେ କହିଛନ୍ତି ଏହି ଦୁଇଟି ପ୍ରତିଶ୍ରୁତି ତାଙ୍କ ଦଳର ନିର୍ବାଚନୀ ଇସ୍ତାହାରରେ ସାମିଲ ଅଛି । କିନ୍ତୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସେ ଏହି ଦୁଇଟି ପ୍ରତିଶ୍ରୁତି ସମ୍ପର୍କରେ ଆଗକୁଆ ଘୋଷଣା କରିଛନ୍ତି । ତାଙ୍କ ଦଳର ନିର୍ବାଚନୀ ଇସ୍ତାହାରରେ ଏଭଳି ଆହୁରି ଅନେକ ପ୍ରତିଶ୍ରୁତି ମଧ୍ୟ ରହିଛି ।