ମାଛ ବିକି କୋଟିପତି, ୧୫୭ ଘୋଲ ମାଛକୁ ୧.୩୩ କୋଟି ଟଙ୍କାରେ ବିକିଲେ

ମାଛ ବିକି କୋଟିପତି, ୧୫୭ ଘୋଲ ମାଛକୁ ୧.୩୩ କୋଟି ଟଙ୍କାରେ ବିକିଲେ

ମାଛ ବିକି କୋଟିପତି, ୧୫୭ ଘୋଲ ମାଛକୁ ୧.୩୩ କୋଟି ଟଙ୍କାରେ ବିକିଲେ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ନିକଟ ପାଲଘର ଅଞ୍ଚଳର ଜନୈକ ମତ୍ସ୍ୟଜୀବୀ ଏବେ କୋଟିପତି। ଗୋଟିଏ ଦିନରେ ସେ ଏମିତି କୋଟିପତି ହୋଇଛନ୍ତି। ଗୋଟିଏ ବେଳାର ମାଛଧରାକୁ ସେ ଏକ କୋଟିରୁ ଅଧିକ ଟଙ୍କା ରୋଜଗାର କରିବେ ବୋଲି କେବେ ବି କଳ୍ପନା କରି ନଥିଲେ । ମୌମୁସୀ ଋତୁ ପାଇଁ ସରକାରଙ୍କ ପକ୍ଷରୁ ମାଛଧରା ବନ୍ଦ ଥିଲା । ଏହି ବନ୍ଦ ହଟିବା ପରେ ପାଲଘର ଜିଲ୍ଲା ମୁରବେ ଗାଁର ଚନ୍ଦ୍ରକାନ୍ତ ତାରେ ନାମକ ଏହି ମତ୍ସ୍ୟଜୀବୀ ଗତ ଶନିବାର ପ୍ରଥମ କରି ସମୁଦ୍ରକୁ ଡଙ୍ଗା ନେଇ ଯାଇଥିଲେ । ଜାଲ ପକାଇବା ପରେ ତାଙ୍କୁ ଜାଲଟା ବହୁତ ଓଜନିଆ ଲାଗିଲା । ସେ ତୁରନ୍ତ କଷ୍ଟେମଷ୍ଟେ ଏହାକୁ ଟାଣି ଡଙ୍ଗା ଉପରକୁ ଆଣିଲେ । ସେ ଓ ଡଙ୍ଗାରେ ଥିବା ତାଙ୍କର ସଙ୍ଗୀମାନେ ଦେଖି ଆଶ୍ଚର୍ୟ୍ୟ ହେଲେ ଯେ ଏହି ଜାଲରେ ୧୫୭ଟି ଘୋଲମାଛ ପଡିଥିଲା । ଏହା ଅତି ଦାମୀ ଓ ବଡ଼ ଆକାରର ମାଛ ଯାହାକୁ ସୁନାର ହୃତପିଣ୍ଡ ଥିବା ମାଛ ବୋଲି କୁହାଯାଏ । ଏହି ମାଛର ଚାହିଦା ବହୁ ଅଧିକ ସମୁଦ୍ରରୁ ଫେରିବା ପରେ ସେ ଏହି ମାଛ ଗୁଡ଼ିକର ନିଲାମ କଲେ, ଯେଉଁଥିରୁ ତାଙ୍କୁ ପ୍ରାୟ ୧ କୋଟି ୩୩ ଲକ୍ଷ ଟଙ୍କା ମିଳିଲା । ସୂଚନା ଯୋଗ୍ୟ ଯେ ଘୋଲମାଛର ପେଟରେ ଗୋଟିଏ ଥଳି ଥାଏ, ଦେଶ ବିଦେଶରେ ଯାହା ପ୍ରବଳ ଚାହିଦା ରହିଛି । ଏହା ସବୁଠୁ ଦାମୀ । ସାମୁଦ୍ରିକ ମାଛ ଭାବେ ଜଣାଶୁଣା ।