ଅଭିନୟ ପାଇଁ ନୁ୍ୟଜିଲାଣ୍ଡରୁ ଭାରତ

ଅଭିନୟ ପାଇଁ ନୁ୍ୟଜିଲାଣ୍ଡରୁ ଭାରତ

ଅଭିନୟ ପାଇଁ ନୁ୍ୟଜିଲାଣ୍ଡରୁ ଭାରତ
‘ନିକ୍କମା’ ମାଧ୍ୟମରେ ଆଉ ଜଣେ ନବାଗତା ବଲିଉଡରେ ପଦାର୍ପଣ କରିଛନ୍ତି । ତାଙ୍କ ନାମ ସାର୍ଲି ସେତିୟା । ସେ ଗାୟିକା ଓ ଅଭିନେତ୍ରୀ । ୨୦୧୩ ରୁ ସେ ସଙ୍ଗୀତ ଦୁନିଆରେ ସକ୍ରିୟ ଅଛନ୍ତି । ଅଦ୍ୟାବଧି ତାଙ୍କର ଷୋହଳଟି ମଉିଜିକ ଆଲବମ ମୁକ୍ତିଲାଭ କରିସାରିଲାଣି । ସେ ନୁ୍ୟଜିଲାଣ୍ଡର ଭାରତୀୟ ବଂଶୋଭବ । ତାଙ୍କ ଜନ୍ମ ଅକଲାଣ୍ଡରେ । ସେ ‘ୟୁନିଭର୍ସିଟି ଅଫ ଅକଲାଣ୍ଡ’ରୁ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ‘ଟି ସିରିଜ’ ଦ୍ୱାରା ଅନୁଷ୍ଠିତ ଏକ ପ୍ରତିଯୋଗିତା ଜିଣି ସଂଗୀତ ଦୁନିଆକୁ ଆସିଥିଲେ । ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ଗାଆନ୍ତି । ନୁ୍ୟଜିଲାଣ୍ଡରେ ସେ ବେଶ ଲୋକପି୍ରୟ । ‘ପାଇଜାମା ପପଷ୍ଟାର’ ଭାବେ ସୁପରିଚିତ । ତାଙ୍କର ଏକ ‘ୟୁ ଟୁ୍ୟବ’ ଚ୍ୟାନେଲ ମଧ୍ୟ ଅଛି । ଉକ୍ତ ଚାନେଲରେ ଗ୍ରାହକ ସଂଖ୍ୟା ଏକତିରିଶ ଲକ୍ଷ । ଇଂଲଣ୍ଡ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ ଓ ଭାରତରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ୧୬.୭ କୋଟି । ତେଣୁ ତାଙ୍କ ଲୋକପି୍ରୟତାକୁ ନେଇ କୌଣସି ସନେ୍ଦହ ନାହିଁ । ଗତ ବର୍ଷ ‘ଲକଡାଉନ’ ନାମକ ୱେବ ରିଆଲିିଟି ସୋରେ ଦେଖିବାକୁ ମିଳିଥିଲେ । ଏବେ ସେ ମୁମ୍ବାଇରେ ଅସ୍ଥାୟୀ ଭାବେ ରହି ‘ନିକମ୍ମା’ର ସୁଟିଂରେ ବ୍ୟସ୍ତ ।