ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ : ୮ ଜିଲ୍ଲାରେ ଲକଡାଉନ

ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ : ୮ ଜିଲ୍ଲାରେ ଲକଡାଉନ

ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ : ୮ ଜିଲ୍ଲାରେ ଲକଡାଉନ
ପୁନେ: ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ ହୋଇଥିବାରୁ ରାଜ୍ୟ ସରକାର ସଂକ୍ରମଣ ବଢ଼ୁଥିବା ଜିଲ୍ଲାମାନଙ୍କରେ କଡ଼ାକଡ଼ି ଲକଡାଉନ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ରାଜ୍ୟର ୮ ଜିଲ୍ଲାରେ ସଂକ୍ରମଣ ଲଗାତାର ବୃଦ୍ଧି ହେବାରୁ ଲକଡାଉନ ଲାଗୁ ହୋଇଛି । ସରକାର ଏହି ଜିଲ୍ଲାମାନଙ୍କରେ କୋଭିଡ ନିୟମ କଡାକଡ଼ି କରିଛନ୍ତି । ପୁନେରେ ରାତି ୧୧ ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ଜାରି ହୋଇଥିବା ବେଳେ ଅକୋଲାରେ କଡ଼ାକଡ଼ି ଲକଡାଉନ ପାଳନ ହେଉଛି । ଅକୋଲାରେ ସନ୍ଧ୍ୟା ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଜାରି ହେବ । ମାର୍ଚ୍ଚ ୧୨ ରୁ ୨୨ ପର୍ଯ୍ୟନ୍ତ ପାନଭେଲରେ ନାଇଟ କର୍ଫୁ୍ୟ ଜାରି ହେବ । ସେହିପରି ପାରଭଣି ଜିଲ୍ଲାରେ ରାତି ୧୨ ରୁ ଆସନ୍ତା ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଜାରି ହୋଇଛି । ଉକ୍ତ ଜିଲ୍ଲାମାନଙ୍କରେ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି ।