ହସ୍ପିଟାଲରୁ ଫେରିଲେ ମମତା

ହସ୍ପିଟାଲରୁ ଫେରିଲେ ମମତା

ହସ୍ପିଟାଲରୁ ଫେରିଲେ ମମତା
କୋଲକାତା: ନନ୍ଦିଗ୍ରାମରେ ଆହତ ହେବା ପରେ ଏସଏସଜେଏମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଖାନରୁ ଘରକୁ ଫେରିଛନ୍ତି । ଏକ ସପ୍ତାହ ପରେ ପୁଣି ମମତା ଡାକ୍ତରଖାନାକୁ ଆସି ଚେକଅପ କରାଇବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ଆହତ ହେବା ଘଟଣାରେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କର୍ତ୍ତବ୍ୟରେ ଅବହେଳା ହେତୁ ଏଭଳି କାଣ୍ଡ ଘଟିଲା ବୋଲି କହିଛନ୍ତି କେନ୍ଦ୍ର ନିର୍ବାଚନ ଅଧିକାରୀ । ଗତ ୧୦ ତାରିଖ ଦିନ ପୂର୍ବ ମେଦିନୀପୁରର ନନ୍ଦିଗ୍ରାମରେ ମମତା ପ୍ରାର୍ଥୀପତ୍ର ଦାଖଲ କରି ଫେରିବା ବେଳେ ଭିଡ ଭିତରେ କାର ଡୋକୁ କେହି ଜୋରରେ ବନ୍ଦ କରି ଦେବାରୁ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ସେତେବେଳେ ଯେଉଁ ପୁଲିସ କର୍ମଚାରୀମାନେ ଦାୟିତ୍ୱରେ ଥିଲେ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମଗାଯାଇଛି ।