ଭାରତରେ ତିଆରି ହେବ ଜେ ଆଣ୍ଡ ଜେ କୋଭିଡ ଟିକା

ଭାରତରେ ତିଆରି ହେବ ଜେ ଆଣ୍ଡ ଜେ କୋଭିଡ ଟିକା

ଭାରତରେ ତିଆରି ହେବ ଜେ ଆଣ୍ଡ ଜେ କୋଭିଡ ଟିକା
ନୂଆଦିଲ୍ଲୀ:ଆମେରିକାର ଜନସନ ଆଣ୍ଡ ଜନସନ କମ୍ପାନୀର ସିଙ୍ଗଲ ଡୋଜ କୋଭିଡ ଟିକା ଭାରତରେ ତିଆରି ହେବ । କ୍ୱାଡ ରାଷ୍ଟ୍ର ସମୂହର ଟିକା ବିକାଶ ଯୋଜନାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ମିଳିତ ସହଭାଗିତାରେ ଏହି ଟିକା ତିଆରି କରାଯିବ । ଭାରତରେ ଏହି ଟିକା ପ୍ରସ୍ତୁତ କରିବା ପାଇଁ ଜାପାନ ଏବଂ ଆମେରିକା ଅର୍ଥ ଯୋଗାଣ କରିବେ ଏବଂ ଅଷ୍ଟ୍ରେଲିଆ ବିଭିନ୍ନ ରାଷ୍ଟ୍ରକୁ ଏହି ଟିକା ପହଞ୍ଚାଇବା ପାଇଁ ପରିବହନ ଦାୟିତ୍ୱ ଗ୍ରହଣ କରିବ । ବିଶ୍ୱର ସବୁଠାରୁ ବଡ଼ ଟିକା ନିର୍ମାତା ରାଷ୍ଟ୍ର ଭାରତରେ ଏବେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କୋଭିଡ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଆଇସିଏମଆରର ସ୍ୱଦେଶୀ ଟିକା କୋଭାକ୍ସିନର ଉପôାଦନ ହେଉଛି । ଭାରତ ଏହି ଦୁଇ ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିବା ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଟିକା ଯୋଗାଇ ଦେଉଛି ।