ଆସନ୍ତା ସପ୍ତାହରେ କରୋନା ଟିକା!

ଆସନ୍ତା ସପ୍ତାହରେ କରୋନା ଟିକା!

ଆସନ୍ତା ସପ୍ତାହରେ କରୋନା ଟିକା!
ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ସପ୍ତାହରେ ଦେଶରେ କରୋନା ଟିକାକୁ ଅନୁମତି ମିଳିବାର ଆଶା ଉଜ୍ଜ୍ୱଳ ହୋଇଛି । ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ କୋଭିସିଲ୍ଡ ଟିକାକୁ ଅନୁମତି ଦେବାକୁ ସରକାର ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ (ଏସଆଇଆଇ) ଠାରୁ କିଛି ତଥ୍ୟ ମାଗିଥିଲେ । ସେରମ ଇନଷ୍ଟିଚୁ୍ୟଟ ସରକାରଙ୍କୁ ଏହି ସବୁ ତଥ୍ୟ ପ୍ରଦାନ କରିଛି । ଏସଆଇଆଇ ଦ୍ୱାରା ପ୍ରଦତ୍ତ ତଥ୍ୟର ସମୀକ୍ଷା କରି ସରକାର ଏକ ସପ୍ତାହ ମଧ୍ୟରେ ଟିକାକୁ ଅନୁମତି ଦେବେ ବୋଲି ଜଣାପଡ଼ିଛି । ଏହା ସହ ଭାରତ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେଇଥିବା ପ୍ରଥମ ଦେଶ ହେବାକୁ ଯାଉଛି । ସେରମ ଇନଷ୍ଟିଚୁ୍ୟଟରେ ଅକ୍ସଫୋର୍ଡ ଟିକାର ବୃହତ ଭାଗ ଉପôାଦନ ହେଉଛି । ବି୍ରଟେନରେ ଏବେ ମଧ୍ୟ ଏହାର ପରୀକ୍ଷଣ ଜାଣି ରହିଛି । ଭାରତୀୟ କମ୍ପାନୀରେ ଏହି ଟିକାର ଉପôାଦନ ହେଉଥିବାରୁ କେନ୍ଦ୍ର ସରକାରଙ୍କ ନଜର ଏହି ଟିକା ଉପରେ ରହିଛି ।