ମହାରାଷ୍ଟ୍ରରେ କରୋନା କଟକଣା କଡକାଡି , ଆଜି ରାତି ୮ଟାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ ହେବ

ମହାରାଷ୍ଟ୍ରରେ କରୋନା କଟକଣା କଡକାଡି , ଆଜି ରାତି ୮ଟାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ ହେବ

ମହାରାଷ୍ଟ୍ରରେ କରୋନା କଟକଣା କଡକାଡି , ଆଜି ରାତି ୮ଟାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ ହେବ
ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା କଟକଣା କଡକାଡି ହୋଇଛି। ଆଜି ରାତି ୮ଟାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ ହେବ । ଆସନ୍ତା ୧୫ ଦିନ ପର୍ୟ୍ୟନ୍ତ କେବଳ ଜରୁରୀ ସେବା କଟକଣାରୁ ବାଦ ରହିବ । ଆତ୍ୟାବଶ୍ୟକୀୟ ସେବା ବାହାର ସମସ୍ତ ସେବା ବନ୍ଦ ରହିବ । ଜରୁରୀ ନଥିଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଲୋକାଲ ଏବଂ ଅନ୍ୟ ବସ ସେବା ଚାଲୁ ରହିବ। ଅଟୋ-ଟ୍ୟାକ୍ସି ସେବା ମଧ୍ୟ ଜାରି ରହିବ । ତେବେ ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର କମ ଥିବା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସଡକ ମାର୍ଗ ସହ ଆକାଶ ମାର୍ଗରେ ମହାରାଷ୍ଟ୍ରକୁ ଅକ୍ସିଜେନ ପଠାଇବାକୁ ଅନୁରୋଧ କରିଛନ୍ତି । ଏହା ସହ ରାଜ୍ୟର ୧୨ ଲକ୍ଷ ଶ୍ରମିକଙ୍କୁ ୧୫୦୦ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେହିପରି ରିକ୍ସାବାଲାଙ୍କୁ ମଧ୍ୟରୁ ୧୫ ଶହ ଟଙ୍କାର ସହାୟତା ଦିଆଯିବ । ଏହାସହ ଆଦିବାସୀମାନଙ୍କୁ ୨ ହଜାର ଟଙ୍କା ସହୟତା ପ୍ରଦାନ କରାଯିବ।