ହାଇଦର ଫେରାର, ପ୍ରଶ୍ନ ଉଠାଇଲା ବିଜେପି

ହାଇଦର ଫେରାର, ପ୍ରଶ୍ନ ଉଠାଇଲା ବିଜେପି

ହାଇଦର ଫେରାର, ପ୍ରଶ୍ନ ଉଠାଇଲା ବିଜେପି
ଭୁବନେଶ୍ୱର: କଟକ ଏସସିବିରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ପ୍ରସଙ୍ଗ । ହାଇଦର ଫେରାର ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ପ୍ରକାଶ ମିଶ୍ର । ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି । ପ୍ରକଶ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କେମିତି ଅବନତି ଘଟୁଛି ତାହାର ଉଦାହରଣ । ବୁର୍ଲା ମେଡିକାଲ ତିବା ସତ୍ୱେ କାହିଁକି ବାରମ୍ବାର ଏସସିବି ଅଣାଯାଇଥିଲା ? କେମିତି କ୍ୟାବିନ ମିଳିଲା, କିଏ ସୁପାରିସ କରିଥିଲା ତାହା ଜଣାନାହିଁ । ଦୁର୍ଦ୍ଧାନ୍ତ ଅପରାଧୀ ପ୍ରତି ଏତେ ସମ୍ବେଦନଶୀଳତା କାହିଁକି ବୋଲି ପ୍ରଶ୍ନ କଲେ ପ୍ରକାଶ । ଏହା ସହିତ କିଡନୀ ସମସ୍ୟା ଥିଲା କିନ୍ତୁ ବିରିୟାନୀ କିଏ ଦେଇଥିଲା ତାହା ପ୍ରଶ୍ନବାଚୀ । ଫେରାରର ୩ ଘଂଟା ପରେ ବି ପୋଲିସ ଜାଣିପାରିଲାନି । ଚେକ୍ ଗେଟ ପାରି ହେବା ପରେ ଜଣାଯିବାକୁ ଯୋଜନା ଥିବ ବୋଲି ପ୍ରକାଶ କହିଛନ୍ତି । ଫେରାର ପଛରେ ଏକ ବଡ ହାତ ରହିଛି । ଜେଲ କର୍ତୃପକ୍ଷ, ମେଡିକାଲ କର୍ତୃପକ୍ଷ ଓ ପୁଲିସର ହାତ ଥିବା ଅନୁମାନ କରାଯାଉଛି । ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀ, କିନ୍ତୁ ଏଯାଏଁ ସ୍ପଷ୍ଟିକରଣ ଦେଇନାହାଁନ୍ତି ବୋଲି ପ୍ରକାଶ ପ୍ରଶ୍ନ କରିଛନ୍ତି ।