ମନ୍ତ୍ରୀଙ୍କ ଘରକୁ ବିଜେପିର ଅଣ୍ଡା ମାଡ଼, ନବୀନ ନିବାସ ମୁହାଁ କଂଗ୍ରେସ
ମନ୍ତ୍ରୀଙ୍କ ଘରକୁ ବିଜେପିର ଅଣ୍ଡା ମାଡ଼, ନବୀନ ନିବାସ ମୁହାଁ କଂଗ୍ରେସ
ଭୁବନେଶ୍ୱର: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ବିରୋଧୀ ମନ୍ତ୍ରୀଙ୍କ ବହିଷ୍କାର ଦାବି ତେଜିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲେଇଛନ୍ତି । ଗତକାଲି ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଥିଲା, ଆଜି ମନ୍ତ୍ରୀଙ୍କ ଭବାନୀପାଟଣାସ୍ଥିତ ବାସବଭବନକୁ ବିଜେପି ମହିଳା ମୋର୍ଚ୍ଚାର ଅଣ୍ଡା ମାଡ । ମମିତା ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କ ସପୃକ୍ତି ଅଭିଯୋଗ ଆସିବା ପରେ ତାଙ୍କର ଇସ୍ତଫା ଦାବି କରି ତାଙ୍କ ଗୃହ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଳାହାଣ୍ଡି ମହିଳା ମୋର୍ଚ୍ଚା ସଦସ୍ୟ । ଗତକାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ କରାଯାଇଥିଲା ।
ଆଜି ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ସାମ୍ନାରେ ବିକ୍ଷୋଭ କରାଯାଇଛି। ପୁଲିସ ସହ ଯୁବ କଂଗ୍ରେସ କର୍ମୀ ଧସ୍ତା ଧସ୍ତି ହୋଇଛନ୍ତି! ପୁଲିସ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି l ବିଜେପି ପକ୍ଷରୁ ରାଜଧାନୀରେ ବିକ୍ଷୋଭ କରାଯାଇଛିl
ମମିତା ମେହେର ନିଖୋଜ ଏବଂ ହତ୍ୟା ମାମଲାରେ ପ୍ରମୁଖ ଦୋଷୀ କୁହାଯାଉଥିବା ଗୋବିନ୍ଦ ସାହୁକୁ ଗତକାଲି ପୋଲିସ ଗିରଫ କରିଛି । ତେବେ ଗୋବିନ୍ଦଙ୍କ ସହିତ ମନ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କ ରହିଥିବା ଜଳଜଳ ହୋଇ ଲୋକ ଲୋଚନକୁ ଆସି ସାରିଥିବାରୁ ଏହି ମାମଲାକୁ ସେ ଚପାଇ ଦେବାକୁ ଉଦ୍ୟମ କରୁଥିବା ଏବଂ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରି ପାରନ୍ତି ବୋଲି ବିଜେପି ଅଭିଯୋଗ କରି ତାଙ୍କର ଇସ୍ତଫା ଦାବି କରିଛି । ପୁର୍ବରୁ ପୋଲିସ ତାକୁ ଆଣି ୪ ଦିନ ତାନାରେ ରଖିବା ପରେ ସେ ଥାନାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା ।
ମମିତା ଗତ ୭ ତାରିଖରେ ଘରୁ ଯାଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ତାଙ୍କର କୌଣସି ପତ୍ତା ମିଳୁ ନଥିଲା । ଏହା ପରେ ପୋଲିସ ତଦନ୍ତ କରି ନିର୍ମାଣଧିନ ସ୍କୁଲ ପଡିଆରେ ଗତକାଲି ଦଗ୍ଧ ଅବସ୍ଥାରେ ଏକ ଶବ ଉଦ୍ଧାର କରିଥିିଲା । ତେବେ ଏହା ମମିତାଙ୍କର ଶରିର ବୋଲି ଆଶଙ୍କା କରାଯାଉଛି । ତେବେ ଏହି ମାମଲାର ମୁଖ୍ୟ ଦୋଷୀ ଗୋବିନ୍ଦ ସାହୁ ଏହି ହତ୍ୟା କରିଥିବା ସ୍ୱୀକାର କରିଥିବା ନେଇ ସୂଚନା ମିଳିଛି ।




admin 