ଭିମସାର ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ଭିମସାର ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ଭିମସାର ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ସମ୍ବଲପୁର: ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାରରେ ଏମବିବିଏସ୍ ପରୀକ୍ଷା ସ୍ଥଗିତ ରଖିବା ନେଇ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି । ଭିମସାରରେ ବିଗତ ଦିନରେ ଏକାଧିକ ଛାତ୍ରଛାତ୍ରୀ ଓ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି।  ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ରାଜ୍ୟରେ କରୋନା ସ୍ଥିତି ସ୍ୱାଭାବିକ୍ ହେବା ପରେ ପୁଣି ଏମବିବିଏସ୍ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି ।

ପ୍ରକାଶ ଯେ,ରାଜ୍ୟର ଦିନକୁ ଦିନ କରୋନା ଗ୍ରାଫ୍ ଦ୍ରୁତ ବେଗରେ ମାଡ଼ି ଚାଲିଛି।  କରୋନା ସଂକ୍ରମଣ ଶୀର୍ଷ(ପିକ୍)ରେ ପହଞ୍ଚିବା ଆଉ ବେଶି ଦୂର ନୁହେଁ ।ଓଡ଼ିଶାରେ ଦୈନିକ ସଂକ୍ରମଣ ପୁଣି ୧୦ ହଜାର ଟପିଛି।ଗତ ୨୪ ଘଣ୍ଟାରେ ୧୦୨୭୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର୧୦୬୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୫୯୬୨ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ୪୩୧୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୧୮୭୯ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।