ଦଳିତଙ୍କ ଘରେ ଆସନରେ ବସି ଭୋଜନ କଲେ ଯୋଗୀ
ଦଳିତଙ୍କ ଘରେ ଆସନରେ ବସି ଭୋଜନ କଲେ ଯୋଗୀ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳର କସରତ ଆରମ୍ଭ ହୋଇଯାଇଛି। କିଏ ମନ୍ଦିର ଯାଉଛି ତ କିଏ ନିଜକୁ ଦଳିତଙ୍କ ହିତାକାଂକ୍ଷୀ ଦର୍ଶାଉଛି। କିଏ ପଛୁଆ ବର୍ଗଙ୍କ ସହିତ ରହିଥିବା ଦର୍ଶାଇ ବିଭିନ୍ନ କାର୍ୟ୍ୟକ୍ରମ କରୁଛନ୍ତି। କିଏ ବ୍ରାହ୍ମଣଙ୍କ ଭୋଟ୍ ହାତେଇବାକୁ ନାନା କୌଶଳ କରୁଛନ୍ତି। ଆଜି ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟ ନାଥ ଗୋରଖପୁରରେ ଜଣେ ଦଳିତ ପରିବାର ଘରେ ମଧ୍ୟାହ୍ନଭୋଜନ କରିଛନ୍ତି। ଗୋରଖପୁରର ଅମୃତଲାଲ ଭାରତୀଙ୍କ ଘରେ ଯୋଗୀ ତଳେ ବସି ପତ୍ରରେ ଖାଦ୍ୟ ଖାଇଛନ୍ତି। ଏହା କରି ଯୋଗୀ ଜୀ ନିଜକୁ ସମସ୍ତଙ୍କ ସହିତ ଥିବା ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ଏହା ସହିତ ବିଜେପି ସବ୍କା ସାଥ୍ ସବ୍କା ବିକାଶର ସ୍ଳୋଗାନ୍ର ଯଥାର୍ଥତା ଦର୍ଶାଇଛନ୍ତି। ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଜଣେ ସାଧାରଣ ଲୋକଙ୍କ ପରି ସେ ମଧ୍ୟ ତଳେ ବସି ପତ୍ରରେ ଖାଇବାକୁ ନେଇ ସାଧାରରେ ଭିନ୍ନ ବାର୍ତ୍ତାଦେବାକୁ ଚେଷ୍ଟା କରାଯାଇଛି। ବିଜେପି ଦଳିତ ଓ ପଛୁଆବର୍ଗଙ୍କ ପାଇଁ କିଛି କରୁ ନଥିବା ଅଭିଯୋଗ କରି ଏକାଧିକ ମନ୍ତ୍ରୀ ଓ ବିଧାୟକ ଦଳ ଛାଡ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ମକର ସଂକ୍ରାନ୍ତି ଦିନ ଏପରି ଭୋଜନ କରି ଉତ୍ତରପ୍ରଦେଶ ରାଜନୀତିରେ ନୂଆ ଗୋଟି ଖେଳାଇ ଦେଇଛନ୍ତି।




admin 