ଆଉ ୪ ଜଣଙ୍କୁ କାହିଁକି ଛଡ଼ାଗଲା: ପ୍ରଦୀପ୍ତ

ଆଉ ୪ ଜଣଙ୍କୁ କାହିଁକି ଛଡ଼ାଗଲା: ପ୍ରଦୀପ୍ତ

ଆଉ ୪ ଜଣଙ୍କୁ କାହିଁକି ଛଡ଼ାଗଲା: ପ୍ରଦୀପ୍ତ
ଭୁବନେଶ୍ୱର: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲାକୁ ନେଇ ଗୃହରେ ତାତି ଲାଗି ରହୁଛି । ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ଆଜି ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ବିଜେପି ବିଧାୟକମାନେ ଗୃହକୁ ନଆସି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ସ୍ମିତାରାଣୀ ପ୍ରସଙ୍ଗରେ କହିବାକୁ ଅନୁମତି ନମିଳିବା ପ୍ରତିବାଦରେ ବିଜେପି ବିଧାୟକମାନେ ଧାରଣା ଦେଇଥିଲେ । ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ମିତାରାଣୀ ମୃତୁ୍ୟ ମାମଲାରେ ରୂପେଶ ଭଦ୍ରଙ୍କୁ ଗିରଫ କରାଗଲା । ତେବେ ଆଉ ୪ ଜଣଙ୍କୁ କାହିଁକି ଛଡ଼ାଗଲା । ରାମକୋ ସହ କୋଟି କୋଟି ଟଙ୍କା କାରବାର ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମରେ ୨ କୋଟି କାରବାର କଥା ପ୍ରକାଶ ପାଇଛି । ସରକାର କାହିଁକି ଚୁପ ବସିଛନ୍ତି । କେଉଁ ଚାପରେ ସରକାର ଚୁପ ରହିଛନ୍ତି । ସ୍ମିତାରାଣୀ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି । ଏନେଇ ତାଙ୍କ ବାପା ଓ ଶ୍ୱଶୁର ଗଣମାଧ୍ୟମରେ କହି ସାରିଛନ୍ତି । ୩୦୬ ନୁହେଁ ୩୦୨ ଦଫା ଲଗାଇ ମାମଲା କରାଯାଉ । ରାଜ୍ୟପାଳଙ୍କୁ ଭେଟି ଏହି ସବୁ ଦାବି ଉଠାଇବୁ ବୋଲି ଶ୍ରୀ ନାୟକ କହିଛନ୍ତି ।