ବିଶେଷଜ୍ଞଙ୍କ ଦାବି, ୫ ମାସ ଯାଏ ରହୁଛି କୋଭିଡ ପ୍ରତିରୋଧକତା

ବିଶେଷଜ୍ଞଙ୍କ ଦାବି, ୫ ମାସ ଯାଏ ରହୁଛି କୋଭିଡ ପ୍ରତିରୋଧକତା

ବିଶେଷଜ୍ଞଙ୍କ ଦାବି, ୫ ମାସ ଯାଏ ରହୁଛି କୋଭିଡ ପ୍ରତିରୋଧକତା
ନୂଆଦିଲ୍ଲୀ: କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ପ୍ରାୟ ୬୦୦୦ ଲୋକଙ୍କ ଆଣ୍ଟିବଡ଼ି ନମୁନାକୁ ଅଧ୍ୟୟନ କରି ଆମେରିକାରେ ଗବେଷକମାନେ କୋଭିଡ ବିରୋଧୀ ରୋଗପ୍ରତିରୋଧକତା ସମ୍ପର୍କରେ ନୂତନ ତଥ୍ୟ ଆବିଷ୍କାର କରିଛନ୍ତି । ଜଣେ କୋଭିଡ ପୀଡ଼ିତ ସୁସ୍ଥ ହେଲା ପରେ ତାଙ୍କ ଶରୀରରେ ଦୀର୍ଘ ୫ ମାସ ଯାଏ କରୋନା ଭୂତାଣୁ ସାର୍ସ କୋଭ-୨ ବିରୋଧରେ ରୋଗପ୍ରତିରୋଧକତା ରହିପାରୁଛି ବୋଲି ଆରିକୋନା ବିଶ୍ୱବିଦ୍ୟାଳୟର ସହପ୍ରାଧାପକ ଥିବା ଭାରତୀୟ ବଂଶୋଭବ ଦୀପ୍ତ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଗବେଷଣାରତ ଗବେଷକମାନେ ଦାବି କରିଛନ୍ତି । ଏପରିକି କରୋନା ଭୂତାଣୁ ସଂକ୍ରମଣ ପରେ ମନୁଷ୍ୟ ଶରୀରରେ ଦୀର୍ଘ ସାତ ମାସ ଯାଏ ଏ ପ୍ରକାର ଦୃଢ଼ ରୋଗ ପ୍ରତିରୋଧକତା ସୃଷ୍ଟି ହୋଇପାରୁଛି ବୋଲି ଭଟ୍ଟାଚାର୍ଯ୍ୟ କରିଛନ୍ତି । ‘ଇମୁ୍ୟନିଟି’ ପତି୍ରକାରେ ପ୍ରକାଶିତ ସେମାନଙ୍କ ଗବେଷଣାର ତଥ୍ୟ ମୁତାବକ ମନୁଷ୍ୟ ଜୀବକୋଷକୁ ପ୍ରଥମେ କରୋନା ଭୂତାଣୁ ଆଘାତ କଲା ବେଳେ ଶରୀରରେ ରୋଗ ପ୍ରତିରୋଧକତା ପ୍ରଣାଳୀ ସେଠାରେ ତୁରନ୍ତ ଏକ ପ୍ରକାର ସ୍ୱଳ୍ପସ୍ଥାୟୀ ପ୍ଲାଜମା କୋଷ ନିୟୋଜିତ କରିଥାଏ ଯାହା କି ଭୂତାଣୁ ବିରୋଧରେ ଲଢେ଼ଇ କରିବା ଲାଗି ସଂକ୍ରମଣ ୧୪ ଦିନ ଯାଏ ଆଣ୍ଟିବଡ଼ି ସୃଷ୍ଟି କରି ଚାଲିଥାଏ । ଯାହାକି ଦୀର୍ଘ ୫ ମାସରୁ ସାତ ମାସ ଯାଏ କାମ କରିଥାଏ ।