ଲକ୍ଷଣ ନଥାଇ ବି ‘ଅମ୍ଳଜାନ ଶୂନ୍ୟତା’ ଘଟାଇପାରେ କୋଭିଡ

ଲକ୍ଷଣ ନଥାଇ ବି ‘ଅମ୍ଳଜାନ ଶୂନ୍ୟତା’ ଘଟାଇପାରେ କୋଭିଡ

ଲକ୍ଷଣ ନଥାଇ ବି ‘ଅମ୍ଳଜାନ ଶୂନ୍ୟତା’ ଘଟାଇପାରେ କୋଭିଡ
ନୂଆଦିଲ୍ଲୀ: କୌଣସି ଲକ୍ଷଣ ପ୍ରଦର୍ଶନ ନ କରି ବି ଜଣେ କୋଭିଡ ପୀଡ଼ିତଙ୍କ ଠାରେ ହାଇପୋକ୍ସିଆ ବା ଅମ୍ଳଜାନ ଶୂନ୍ୟତା ପରି ଅବଗୁଣ ଦେଖାଦେଇପାରେ ବୋଲି ବିଶେଷଜ୍ଞ ଚିକିତ୍ସକମାନେ କହିଛନ୍ତି । ଏହା ଦ୍ୱାରା ଜଣେ ପୀଡ଼ିତର ରକ୍ତରେ ଅମ୍ଳଜାନ ସ୍ତର ଭୀଷଣ ମାତ୍ରାରେ କବିଯିବା ସହ ଅବସ୍ଥା ଗୁରୁତର ହୋଇପଡେ଼ ବୋଲି ଡା.ଅମିତ ମଣ୍ଡଳ କହିଛନ୍ତି । ତାଙ୍କ କହିବାନୁସାରେ ନିମୋନିଆ ହେଉଛି ଏକ ପ୍ରକାର ଫୁସଫୁସ ଜନିତ ସଂକ୍ରମଣ ଯାହା ବିଭିନ୍ନ ପ୍ରକାର ଜୀବାଣୁ, ବୀଜାଣୁ ବା ଭୂତାଣୁ ଦ୍ୱାରା ସଂଘଟିତ ହୋଇଥାଏ । ତେବେ ଅଭିନବ କରୋନା ଭୂତାଣୁ ସାର୍ସ କୋଭ-୨ ଦ୍ୱାରା ହେଉଥିବା ଫୁସଫୁସ ସଂକ୍ରମଣକୁ କୋଭିଡ ନିମୋନିଆ କୁହାଯାଇଥାଏ । ଆମ ରକ୍ତରେ ଅମ୍ଳଜାନ ସ୍ତର ସ୍ୱାଭାବିକ ଭାବେ ୭୫ ରୁ ୧୦୦ ପ୍ରତିଶତ ରହିଥିବା ବେଳେ ଜଣେ ସୁସ୍ଥ ଲୋକଙ୍କ ପାଇଁ ୯୫ ପ୍ରତିଶତ ସାନ୍ଦ୍ରତା ବିଚାର କରାଯାଇଥାଏ । ଏହା ତଳକୁ ଖସିଲେ ଅସ୍ୱାଭାବିକ ବୋଲି ଧରି ନିଆଯାଇଥାଏ । ତେବେ ଗୁରୁତର ଫୁସଫୁସ ସଂକ୍ରମଣ ଥିବା ରୋଗୀଙ୍କ ଠାରେ ଏ ପ୍ରକାର ଅସ୍ୱାଭାବିକ ରକ୍ତ ସାନ୍ଦ୍ରତା ଦେଖାଯାଇଥାଏ । ସେହିପରି ବେଳେ ବେଳେ ରକ୍ତରେ ଏହି ଅମ୍ଳଜାନ ସ୍ତର ଯଥେଷ୍ଟ କମି କମି ରୋଗୀକୁ ମୃତୁ୍ୟ ମୁଖରେ ପକାଇଥାଏ ।