ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ

ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ

ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ବଜାଜ୍ ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ଶନିବାର ଅପରାହ୍ଣ ୨ଟା ୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସଂପନ୍ନ କରାଯିବ।

ରାହୁଲ ବଜାଜ୍ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ସେ ଦୃଦ୍ରୋଗରେ ବି ପୀଡ଼ିତ ଥିଲେ। ମାସେ ହେଲାଣି ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ରଖାଯାଇଥିଲା।

ରାହୁଲ ବଜାଜ୍ ୧୯୩୮ ମସିହା ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ। ସେ ୪୦ ବର୍ଷ ଧରି ବଜାଜ୍ ଗ୍ରୁପ୍ର ଅଧ୍ୟକ୍ଷ ଭାବେ କାର୍ୟ୍ୟ କରିଥିଲେ। ଗତ ବର୍ଷ ଏପ୍ରିଲ୍ ମାସରେ ସେ ବଜାଜ୍ ଅଟୋର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

୨୦୦୧ରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯାଇଥିଲା। ସେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ।