ଆଇପିଏଲ୍‌ ନିଲାମ ବଜାର; ବିକ୍ରି ହେଲେନି ଏହି ଖେଳାଳି

ଆଇପିଏଲ୍‌ ନିଲାମ ବଜାର; ବିକ୍ରି ହେଲେନି ଏହି ଖେଳାଳି

ଆଇପିଏଲ୍‌ ନିଲାମ ବଜାର; ବିକ୍ରି ହେଲେନି ଏହି ଖେଳାଳି

ବେଙ୍ଗାଲୁରୁ: ଆଇପିଏଲ୍-୨୦୨୨ ନିଲାମ ଅଲ୍‌ରାଉଣ୍ଡରଙ୍କ ଦବ୍‌ଦବା ରହିଥିବା ବେଳେ କିଛି ବ୍ୟାଟ୍‌ସମ୍ୟାନ୍‌ଙ୍କୁ କେହି ପଚାରି ନଥିଲେ।  ପୂର୍ବତନ ବ୍ୟାଟର୍ ତଥା ମିଷ୍ଟର୍ ଆଇପିଏଲ୍ ଭାବେ ପରିଚିତ ସୁରେଶ ରାଇନା ବିକ୍ରି ହୋଇ ନାହାନ୍ତି। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଡେଭିଡ୍ ମିଲର୍ ଓ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କୁ ମଧ୍ୟ କେହି କିଣିନାହାନ୍ତି। ତେବେ ଏହି ଖେଳାଳିମାନଙ୍କୁ ପରବର୍ତ୍ତୀ ସମୟରେ ନିଲାମ ହୋଇପାରନ୍ତି।

ଦ୍ୱିତୀୟ ସେଟରେ ବ୍ୟାଟର୍ସଙ୍କ ମଧ୍ୟରେ ବାଜି ମାରିଛନ୍ତି ଦେବଦତ୍ତ ପାଡିକଲ ଓ ୱେଷ୍ଟଇଣ୍ଡିଜର ଶିମରନ୍ ହେଟମେୟର। ଦେବଦତ୍ତ ପାଡିକଲଙ୍କୁ ୭.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣି ନେଇଛି। ସେହିପରି ହେଟମେୟରଙ୍କୁ ରାଜସ୍ଥାନ ରୟାଲ୍ସ ୮.୫ କୋଟି ଟଙ୍କାରେ ନିଜ ଟିମରେ ସାମିଲ୍ କରିଛି। ମନୀଷ ପାଣ୍ଡେଙ୍କୁ ୪.୬୦ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ କିଣିଥିବା ବେଳେ ରବିନ୍ ଉଥାପ୍ପାଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ ଚେନ୍ନାଇ ସୁପର୍ କିଙ୍ଗସ୍, ଜେସନ୍ ରୟଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ ଗୁଜରାଟ ଲାୟନ୍ସ କିଣିଛି।