ବିଦ୍ୟୁତ ଫାଶରେ ପଡି ଚାଲିଗଲା ଗଜରାଜଙ୍କ ଜୀବନ

ବିଦ୍ୟୁତ ଫାଶରେ ପଡି ଚାଲିଗଲା ଗଜରାଜଙ୍କ ଜୀବନ

ବିଦ୍ୟୁତ ଫାଶରେ ପଡି ଚାଲିଗଲା ଗଜରାଜଙ୍କ ଜୀବନ


ଅନୁଗୁଳ: ହାତୀ ମୃତ୍ୟୁ ଥମିବାର ନାଁ ନେଉନି। ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ଶିକାରୀ। ଶିକାରୀ ବସାଇ ଥିବା ବିଦ୍ୟୁତ ଫାଶରେ ପଡି ଗୋଟିଏ ପରେ ଗୋଟିଏ ହାତୀ ଟଳି ପଡୁଛନ୍ତି। ଆଜି ଆଠମଲ୍ଲିକ ବ୍ଳକ କିଆକଟା ମୁଣ୍ଡାପଡ଼ାରେ ଅଞ୍ଚଳରେ ବିଦ୍ୟୁତ ଫାଶରେ ପଡି ଦନ୍ତା ହାତୀର ଜୀବନ ଯାଇଛି।

ଶନିବାର ସକାଳେ ଆଠମଲ୍ଲିକ ବ୍ଲକ କିଆକଟା ମୁଣ୍ଡାପଡ଼ା ଗାଁ ନିକଟର ଏକ ଦନ୍ତାହାତୀର ମୃତ୍ୟୁ ହେଇଛି। ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ଫାଶରେ ପଡି ନିରୀହ ହାତୀର ଜୀବନ ଯାଇଛି। ସ୍ଥାନୀୟ ଲୋକ ଆଜି ସକାଳେ ହାତୀ ମରିପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଅଧିକାରୀମାନେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛନ୍ତି ।