ବିଜେଡିରୁ ଇସ୍ତଫା ଦେଲେ ଅର୍ଜୁନ ସେଠୀ

ବିଜେଡିରୁ ଇସ୍ତଫା ଦେଲେ ଅର୍ଜୁନ ସେଠୀ

ବିଜେଡିରୁ ଇସ୍ତଫା ଦେଲେ ଅର୍ଜୁନ ସେଠୀ
ଭୁବନେଶ୍ୱର: ବିଜେଡିରୁ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଆଜି ଇସ୍ତଫା ଦେଇଛନ୍ତି । ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଲେ । ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ତାଙ୍କୁ କିମ୍ବା ତାଙ୍କ ପୁଅକୁ ଟିକେଟ ନମିଳିବାରୁ ବିଷ ଓଗାଳିଲେ ଅର୍ଜୁନ । ସୂଚନାଯୋଗ୍ୟ, ଚଳିତ ନିର୍ବଚନରେ ଭଦ୍ରକରୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ମଞ୍ଜୁଲତା ମଣ୍ଡଳକୁ ଚୟନ କରିବା ପରେ ଅର୍ଜୁନ ଅସନ୍ତୁଷ୍ଟ ଥିଲେ । ଦୀର୍ଘ ୮ଥର ସାଂସଦ ହୋଇଥିଲେ ମଧ୍ୟ ଚଳିତ ଥର ତାଙ୍କର ପୁଅକୁ ସେ ଏଥର ଟିକେଟ ଦେବାକୁ ଲବି କରିଥିଲେ । ସେ ଏଥିରେ ସଫଳ ନହେବାରୁ ବିଜେଡି ଛାଡ଼ିଥିବା ଜଣାପଡ଼ିଛି । ଆଗାମୀ ଦିନରେ ସେ ବିଜେପିରେ ଯୋଗଦେଇ ଭଦ୍ରକ ଲୋକସଭା ଆସନରୁ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି ।