ବାଣ କାରଖାନାରେ ନିଆଁ : ସାତ ମୃତ

ବାଣ କାରଖାନାରେ ନିଆଁ : ସାତ ମୃତ

ବାଣ କାରଖାନାରେ ନିଆଁ : ସାତ ମୃତ
ବାଣ କାରଖାନାରେ ନିଆଁ ଲାଗିବା ଯୋଗୁଁ ୭ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁ କୁଡ୍ଡାଲୋରଠାରେ ଶୁକ୍ରବାର ଦିନ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ଏକ ବାଣ କାରଖାନାରେ ନିଆଁ ଲାଗିବା ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଛି । ଏହିଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡିନଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି ।