ରାୟପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଓଡିଆଙ୍କ ମୃତ୍ୟୁ : ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ରାୟପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଓଡିଆଙ୍କ ମୃତ୍ୟୁ : ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ରାୟପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଓଡିଆଙ୍କ ମୃତ୍ୟୁ : ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ଭୁବନେଶ୍ୱର : ଛତିଶଗଡର ରାୟପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ଓଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମରୁ ସୁରତ ଅଭିମୁଖେ ଯାଉଥିବା ଏହି ବସରେ ପ୍ରାୟ ୬୦ରୁ ଅଧିକ ଯୁବକ ଯାଉଥିଲେ । ରାତି ପ୍ରାୟ ୩.୩୦ରେ ବସଟି ଏକ ଟ୍ରକକୁ ଓଭରଟେକ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଦୁ୍ର୍ଘଟଣା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୁରନ୍ତ ରାୟପୁର ଗସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଓଡିଶା ଡିଜିପି ଅଭୟଙ୍କୁ ଛତିଶଗଡ ଡିଜିଙ୍କ ସହ ନିୟମିତ ସମ୍ପର୍କ ରଖିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।