ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ :ସାଲେପୁର ଯୁବକଙ୍କୁ ଉଠାଇ ନେଲା ଉତ୍ତରପ୍ରଦେଶ ପୁଲିସ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ :ସାଲେପୁର ଯୁବକଙ୍କୁ ଉଠାଇ ନେଲା ଉତ୍ତରପ୍ରଦେଶ ପୁଲିସ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ :ସାଲେପୁର ଯୁବକଙ୍କୁ ଉଠାଇ ନେଲା ଉତ୍ତରପ୍ରଦେଶ ପୁଲିସ
ସାଲେପୁର: ବିଶ୍ୱ ହିନ୍ଦୁ ପରିଷଦ ଉତ୍ତରପ୍ରଦେଶ ଶାଖାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ କିଛି ମାସ ତଳେ ଟେଲିଫୋନରେ ଧମକ ଦେବା ଏବଂ ପରେ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଉତ୍ତରପ୍ରଦେଶ ସିଙ୍ଗାବଲି ଥାନା ପୁଲିସ ସାଲେପୁର ଥାନା ଅନ୍ତର୍ଗତ କୁସମ୍ବୀ ଗ୍ରାମର ସୟଦ ହସନ ଅହେମ୍ମଦଙ୍କୁ ଗିରଫ କରିଛି । ପୁଲିସ ସୂଚନା ମୁତାବକ ସାଲେପୁର ଥାନା ରାଇସୁଙ୍ଗୁଡା ପଞ୍ଚାୟତ କୁସମ୍ବୀ ଗ୍ରାମର ସୟଦ ହସନ ଅହେମ୍ମଦ ଏକ ଟେଲିଫୋନ ନମ୍ବରରେ ଉତ୍ତରପ୍ରଦେଶ ସିଙ୍ଗବଲି ଅଞ୍ଚଳର ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା କୁଲଦୀପ ପାଞ୍ଚାଲଙ୍କୁ ବହୁବାର ଧମକ ଦେଇଥିଲେ । ପରେ ସେ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଲେଖି ଆସୁଥିଲେ । ଏହାକୁ ନେଇ ଶ୍ରୀ ପାଞ୍ଚାଲ ସିଙ୍ଗାବଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସେଠାକାର ପୁଲିସ ଏକ ମାମଲା ରୁଜୁ କରି ଟେଲିଫୋନ ଟ୍ରାକିଂ କରିଥିଲା । ଅଭିଯୁକ୍ତ ଜଣକ ସାଲେପୁର ଅଞ୍ଚଳର ବୋଲି ଜାଣିବା ପରେ ସିଙ୍ଗବଲି ଥାନାର ସୁରଜମଲ ସିଂଙ୍କ ନେତୃତ୍ୱରେ ଏକ ଟିମ ଆସି ସାଲେପୁରରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ କୁସମ୍ବୀ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ହସନଙ୍କୁ ଗିରଫ କରିଛି । ଅଭିଯୁକ୍ତ ହସନଙ୍କୁ ସାଲେପୁର କୋର୍ଟରେ ହାଜର କରି ସିଙ୍ଗାବାଲି ପୁଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ।