ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ, ଜଳିଯାଉଛି ଅନକେ ଗଛ

ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ, ଜଳିଯାଉଛି  ଅନକେ ଗଛ

କୋଣାର୍କ : ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଛି ନିଆଁ । ପୁରୀ ଜିଲ୍ଲା କୋଣାର୍କ ବାଲୁଖଣ୍ଡ ଅଭୟକ୍ଷରଣ୍ୟରେ ଦଶ ଏକର ଜଙ୍ଗଲରେ ଲାଗିଛି ନିଆଁ କ୍ଷ କୌଣସି କାରଣରୁ ଭୟାବହ ନିଆଁ ଲାଗିଛି । ଯାହାଫଳରେ କାଜୁ ଓ ଝାଉଁ ପରି 

ଖବର ଅନୁଯାୟୀ, ବାଲୁଖଣ୍ଡ ଅଭୟାରଣ୍ୟର ନିକଟ  ମାଙ୍କରଗୋରଡି, ଅରଖକୁଦ ସୁରକ୍ଷା ଜଙ୍ଗଲ ଓ ଭଗବତୀ ଜଙ୍ଗଲରେ କୌଣସି କାରଣରୁ  ନିଆଁ ଲାଗିଯାଇଛି । ପ୍ରାୟ ଦଶ ଏକରରୁ ଅଧିକ ସୁରକ୍ଷା ଜଙ୍ଗଲରେ ନିଆଁ ଲାଗି କାଜୁ ଓ ଝାଉଁ ଗଛ ଜଳୁଥିବା ଜଣାପଡିଛି । ତେବେ ନିଆଁ ଲାଗିଥିବା ଖବରପାଇ ପହଞ୍ଚିଥିଲେ  କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ, ଅରଖକୁଦ ଇଡିସି କର୍ମକର୍ତ୍ତା । ଦୀର୍ଘ ସମୟରେ ପରିଶ୍ରମ ପରେ  ନିଆଁକୁ ଆୟତ୍ତ କରାଯାଇଛି । ହେଲେ  ଏବେ ବି ଜଙ୍ଗଲର  କିଛି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି।  ବଣ ଭୋଜି କରି ଦୃର୍ବୁତ୍ତମାନେ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି ।