ବଡିଗାର୍ଡ ସହିତ ଅବୈଧ ପ୍ରେମ ସମ୍ପର୍କ ପାଇଁ ଏତିକି କୋଟି ଦେଇଛନ୍ତି ରାଜକୁମାରୀ!

ବଡିଗାର୍ଡ ସହିତ ଅବୈଧ ପ୍ରେମ ସମ୍ପର୍କ ପାଇଁ ଏତିକି କୋଟି ଦେଇଛନ୍ତି ରାଜକୁମାରୀ!

ବଡିଗାର୍ଡ ସହିତ ଅବୈଧ ପ୍ରେମ ସମ୍ପର୍କ ପାଇଁ ଏତିକି କୋଟି ଦେଇଛନ୍ତି ରାଜକୁମାରୀ!
ଦୁବାଇ : ଅଙ୍ଗରକ୍ଷକ ସହିତ ପ୍ରେମ ପାଇଁ ବଡ ମୂଲ୍ୟ ଦେଇଛନ୍ତି ଦୁବାଇର ରାଣୀ । ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମଖତୁମଙ୍କ ୬ ନମ୍ବର ପତ୍ନୀ ହୟା ଚର୍ଚ୍ଚାରେ ରହିଛନ୍ତି । ନିଜ ଅଙ୍ଗରକ୍ଷକଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଶେଖଙ୍କ ଷଷ୍ଠ ପତ୍ନୀ । ମିଳିଥିବା ରିପୋର୍ଟ ଅନୁଯାୟୀ ଅଙ୍ଗରକ୍ଷକଙ୍କୁ ପ୍ରାୟ ୧୨ କୋଟି ଟଙ୍କାର ଉପହାର ଦେଇଛନ୍ତି ହୟା । ନିଜ ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ଅର୍ଥ ସହିତ ଅନେକ ମହଙ୍ଗା ଗିଫ୍ଟ ପ୍ରଦାନ କରିଛନ୍ତି ରାଜକୁମାରୀ । ୪୬ ବର୍ଷୀୟ ହୟା ୩୭ ବର୍ଷୀୟ ଅଙ୍ଗରକ୍ଷକଙ୍କ ସହିତ ନିଜର ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ପ୍ରାୟ ୧୨ କୋଟି ଟଙ୍କାର ଉପହାର ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଏକ ବନ୍ଧୁକ ଏବଂ ୧୨ ଲକ୍ଷ ଟଙ୍କାର ଘଣ୍ଟା ରହିଛି । ୨୦୧୯ରେ ହୟାଙ୍କ ବିବାହ ବିଚ୍ଛେଦ ଘଟିଥିଲା । ୨୦୧୬ ମସିହାରେ ଅଙ୍ଗରକ୍ଷକଙ୍କ ସହିତ ପ୍ରେମ ସମ୍ପର୍କ କାରଣରୁ ୨୦୧୯ରେ ବିଚ୍ଛେଦ ଘଟିଥିଲା । ବ୍ରିଟିସ ଖବର କାଗଜ ଡେଲିମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଘଟଣା ସମ୍ପର୍କରେ ଜାଣିଥିବା ଅନ୍ୟ ତିନି ଜଣ ଅଙ୍ଗରକ୍ଷକଙ୍କୁ ୧ କୋଟି ଲେଖାଏଁ ପ୍ରଦାନ କରାଯାଇଥିଲା । ଏହି ଘଟଣାକୁ ରାଜକୁମାରୀ ଖଣ୍ଡନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିବାହ ବିଚ୍ଛେଦ ପରେ ରାଜକୁମାରୀ ବର୍ତ୍ତମାନ ଲଣ୍ଡନରେ ଅବସ୍ଥାନ କରୁଛନ୍ତି ।