ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ

ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ

ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ: ଦିନକୁ ଦିନ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ରୋଚକ ହେବାରେ ଲାଗିଛି। ମୁଖ୍ୟ ଲଢ଼େଇ ସମାଜବାଦୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ହେଉଛି। ଏହା ମଧ୍ୟରେ ବିଜେପି ପକ୍ଷରୁ ପ୍ରଥମ ଓ ଦ୍ବିତୀୟ ପର୍ୟ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା ସରିଛି। ଏଥିରେ ଗୋରଖପୁର ଆସନରୁ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବିଜେପି ନେତା ଓ କର୍ମୀମାନେ ଅଖିଳେଶଙ୍କୁ କଟାକ୍ଷ  କରୁଥିଲେ। ସେ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇ ନିଜର ଦମ୍‌ ଦେଖାନ୍ତୁ ବୋଲି ଉସ୍‌କାଉଥିଲେ। ବିଜେପିର ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛି ସମାଜବାଦୀ ପାର୍ଟି। ଦଳର ନୂଆ ରଣନୀତି ଅନୁଯାୟୀ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶର କୌଣସି ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଘୋଷଣା ପରେ ଏବେ ଲଢ଼େଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି। ଅଖିଳେଶ ଆଜମଗଡ଼ରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି। ଆଉ ଦିନେ କିମ୍ବା ଦୁଇଦିନ ମଧ୍ୟ ସେ କେଉଁ ଆସନରେ ଲଢ଼ିବେ ତାହା ଜଣାପଡ଼ିବ ବୋଲି କୁହାଯାଉଛି।