ୟୁପିରେ ବି ଖେଲା ହୋବେ, ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା

ୟୁପିରେ ବି ଖେଲା ହୋବେ, ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା

ୟୁପିରେ ବି ଖେଲା ହୋବେ, ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବି ଖେଲା କରିବେ ମମତା ବାନାର୍ଜୀ। ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଅନ୍ୟ ରାଜନୀତିକ ଦଳଗୁଡ଼ିକ ସହିତ ସାମିଲ ହୋଇଛନ୍ତି ମମତା। ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଅଖିଲେଶଙ୍କ ସହ ହାତ ମିଳାଇଛନ୍ତି। 

ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମମତାଙ୍କ ଟିଏମସି ପ୍ରାର୍ଥୀ ଦେବନାହିଁ। କିନ୍ତୁ ମମତା ନିର୍ବାଚନ ବେଳେ ଅଖିଲେଶଙ୍କ ସପା ପାଇଁ ପ୍ରଚାର କରିବେ।

ମଙ୍ଗଳବାର ସମାଜବାଦୀ ପାର୍ଟିର ଉପାଧ୍ୟକ୍ଷ କିରଣମୟ ଦତ୍ତ କୋଲକାତାରେ ମମତାଙ୍କୁ ଭେଟିଛନ୍ତି। ଏହାପରେ ସେ କହିଛନ୍ତି ଯେ ଫେବୃଆରୀ ୮ରେ ମମତା ବାନାର୍ଜୀ ଓ ଅଖିଲେଶ ଯାଦବ ମିଳିତ ଭାବେ ଲକ୍ଷ୍ନୌରେ ଆୟୋଜିତ ଭର୍ଚ୍ୟୁଆଲ ରାଲିକୁ ସମ୍ବୋଧନ କରିବେ। ଏହାପୂର୍ବରୁ ଉଭୟ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ।

ଉଭୟ ନେତା ବାରାଣସୀରେ ମଧ୍ୟ ଭର୍ଚ୍ୟୁଆଲ ରାଲି କରିବାର କାର୍ୟ୍ୟକ୍ରମ ରହିଛି। ଟିଏମସି ଉତ୍ତର ପ୍ରଦେଶରେ କୌଣସି ପ୍ରାର୍ଥୀ ଦେବନାହିଁ। ଦଳ ସମାଜବାଦୀ ପାର୍ଟିକୁ ବାହାରୁ ସବୁ ପ୍ରକାରର ସମର୍ଥନ କରିବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ମିର୍ଜାପୁର ଆସନକୁ ସମାଜବାଦୀ ପାର୍ଟି ଟିଏମସି ପାଇଁ ଛାଡ଼ିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଦତ୍ତଙ୍କ ଏପରି ସୂଚନା ନୂଆ ଟ୍ୱିଷ୍ଟ ଆଣିଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମମତା ବାନାର୍ଜୀ ବିଜେପିର କଡ଼ା ଟକ୍କର ସତ୍ତ୍ୱେ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଜାତୀୟ ରାଜନୀତିରେ ମମତାଙ୍କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି।