ବିଜେଡ଼ି ସହ ହୋଇଛି ଖୋଲା ବୁଝାମଣା : ଧର୍ମେନ୍ଦ୍ର

ବିଜେଡ଼ି ସହ ହୋଇଛି ଖୋଲା ବୁଝାମଣା : ଧର୍ମେନ୍ଦ୍ର

ବିଜେଡ଼ି ସହ ହୋଇଛି ଖୋଲା ବୁଝାମଣା : ଧର୍ମେନ୍ଦ୍ର
ଭୁବନେଶ୍ୱର : ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ିର ସମର୍ଥନ ନେଇ ରାଜ୍ୟ ରାଜନୀତିକ ମାହୋଲ ଉଷ୍ଣ ହୋଇଯାଇଛି । କେଉଁ ଆଧାରରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନର ହାତ ବଢ଼ାଇଛି ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋରଧରିଛି । ଉଭୟ ବିଜେଡ଼ି ଓ ବିଜେପି ନେତା ଏବଂ କର୍ମୀ ବି ତାଜୁବ ହୋଇଯାଇଛନ୍ତି । ତେବେ ଏଭଳି ଚର୍ଚ୍ଚା ଆଲୋଚନା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇଙ୍ଗିତ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତିଯେ, ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନକୁ ନେଇ କୌଣସି ଗୁପ୍ତ ବୁଝାମଣା ହୋଇନାହିଁ । ବରଂ ଖୋଲା ବୁଝାମଣା ହୋଇଛି । ଅଶ୍ୱିନୀଙ୍କୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସମର୍ଥନ ଜଣାଇଛନ୍ତି । ଗଣତନ୍ତ୍ରରେ ଅନେକ ସମୟରେ ବୁଝାମଣାର ଆବଶ୍ୟକତା ରହିଥାଏ । ରାଜ୍ୟର ବୃହତର ସ୍ୱାର୍ଥ ଓ ବିକାଶ ପାଇଁ ଏଭଳି ବୁଝାମଣା କରାଯାଇଛି । ଏହାଦ୍ୱାରା ରାଜ୍ୟର ବିକାଶ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେହିପରି ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ । ତାଙ୍କୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ଏକ ଭଲ ପରମ୍ପରା ସୃଷ୍ଟି କରିଛି । ସେହିପରି ଏହାଦ୍ୱାରା କାହାର ଲାଭ ହେବ କାହାର କ୍ଷତି ହେବ ତାହା ସମୟ କହିବ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି ।