ପୌର ନିର୍ବାଚନ ପାଇଁ ସଜବାଜ

ପୌର ନିର୍ବାଚନ ପାଇଁ ସଜବାଜ

ପୌର ନିର୍ବାଚନ ପାଇଁ ସଜବାଜ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏନେଇ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା କିଛି ଦୃଶ୍ୟ ସ୍ପଷ୍ଟ ସଂକେତ ଦେଉଛି। ଜିଲ୍ଲାଗୁଡିକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଇଭିଏମ ଓ ଅନ୍ୟାନ୍ୟ ନିର୍ବାଚନୀ ଉପକରଣ ପଠାଇବା ଆରମ୍ଭ ହୋଇଛି। ପଂଚାୟତ ନିର୍ବାଚନ ବାଲଟ ବକ୍ସରେ ହେଉଥିବା ବେଳେ ଇଭିଏମ ପଠାଇବା ପ୍ରକ୍ରିୟାରୁ ଜଣାପଡୁଛି ଯେ, ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ରାଜ୍ୟ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି । ଗତକାଲି ମଧ୍ୟ ୫ଟି ଜିଲ୍ଲାକୁ ଯାଇଛି ଇଭିଏମ। ରାଜ୍ୟର ୧୦୫ ପୌରାଂଚଳରେ ନିର୍ବାଚନ ହେବାକୁ ଅଛି । ଏହାସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବାର ଅଛି। ଏହାସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବାର ଅଛି ବୋଲି ସୂଚନା ମିଳିଛି ।