ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀଙ୍କ ପରଲୋକ

ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀଙ୍କ ପରଲୋକ

ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀଙ୍କ ପରଲୋକ
ଭୁବନେଶ୍ୱର : ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ଶିଶିର କୁମାର ଦାସଙ୍କର ଗତକାଲି ପରଲୋକ ଘଟିଛି । ସନ୍ଧ୍ୟା ୭.୧୯ ମିନିଟ ସମୟରେ ୭୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଶ୍ରୀ ଦାସ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ଶ୍ରୀ ଦାସଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତ ଅନ୍ତର୍ଗତ ପାନପଲ୍ଲୀ ଗ୍ରାମର ମୂଳ ବାସିନ୍ଦା । ୧୯୯୫ ମସିହାରୁ ୨୦୦୫ ପର୍ଯ୍ୟନ୍ତ କ୍ରମାଜତ ଦୁଇଥର ବାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ମଧ୍ୟ ହୋଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ଶ୍ରୀ ଦାସ । ଏହା ବ୍ୟତିତ ବାଲିଆ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିଶିର କୁମାର ଦାସଙ୍କ ଅକାଳ ବିୟୋଗରେ କୁଜଙ୍ଗ ତଥା ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।