ପୁଣି ମାତିଲେ ଲୁଟେରା : ହାଣି ଲୁଟି ନେଲେ ୪ ଲକ୍ଷ

ପୁଣି ମାତିଲେ ଲୁଟେରା : ହାଣି ଲୁଟି ନେଲେ ୪ ଲକ୍ଷ

ପୁଣି ମାତିଲେ ଲୁଟେରା : ହାଣି ଲୁଟି ନେଲେ ୪ ଲକ୍ଷ
ଉମରକୋଟ: ପୁଣି ମାତିଲେ ଲୁଟେରା । ଜଣେ ବ୍ୟବସାୟଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେଇଛନ୍ତି । ହଜାରେ କି ୨ ହଜାର ନୁହେଁ, ଏକାବେଳେ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବ୍ୟବସାୟୀ ଜଣକ ବାଇକରେ ଚଚାରୁ କଂଗ୍ରା ବଜାର ଯିବା ବାଟରେ ଏହି ଲୁଟ ହୋଇଛି । ଚକଲାପଦର ଘାଟି ନିକଟରେ ମାରଣାସ୍ତ୍ରରେ ହାଣି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି । ୩ ଦୁର୍ବୃତ୍ତ ଗୋଟିଏ ପଲସରରେ ଆସି ଟଙ୍କା ଲୁଟି ଚମ୍ପଟ ମାରିଥିଲେ । ଅନ୍ୟପକ୍ଷରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।