କେନାଲ ରେ କାର ଖସି ଜଣେ ମୃତ

କେନାଲ ରେ କାର ଖସି ଜଣେ ମୃତ

କେନାଲ ରେ କାର ଖସି ଜଣେ ମୃତ
ଜୟପୁର : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ଟାଉନ ରେ ଏକ ଦ୍ରୁତଗାମୀ ସୁଇଫ୍ଟ ଡିଜାୟାର କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ରହିଥିବା ଦୁଇଟି ମୋଟର ସାଇକେଲକୁ ଧକ୍କା କରିବା ସହ ପରେ ଗୋଟିଏ ଗଛ ସହ ମାଡ଼ ହୋଇ ରାସ୍ତାର ପାର୍ଶ୍ୱରେ ଥିବା କେନାଲ ମଧ୍ୟକୁ ଖସି ପଡ଼ିଥିଲା।କେନାଲ ରେ ପାଣିର ପରିମାଣ ଅଧିକ ଥିବାରୁ କାର ଟି ସଂପୂଣ୍ଣ ଭାବେ ବୁଡି ଯାଇଥିଲା।ମାତ୍ର କାର ରେ ଥିବା ତିନି ଜଣ ଙ୍କ ମଧ୍ୟରୁ ଦୁଇ ଜଣ କୌଣସି ମତେ ବାହାରକୁ ଆସି ପହଁରି ପହଁରି କୂଳକୁ ଚାଲି ଆସି ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣା ପଡ଼ିଛି । ମାତ୍ର କାର ମଧ୍ୟରେ ଥିବା ଆଉ ଜଣେ ବାହାରି ନପାରି ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ଜଗତସିଂହପୁର ଜିଲ୍ଲାର ଗଦାଧର ସାହୁ ବୋଲି ଜଣାପଡିଛି । ଉଦ୍ଧାର ପାଇଥିବା ଦୁଇ ଜଣ ହେଲେ ପ୍ରଫ୍ଫୁଲ ମଲ୍ଲିକ ଓ ସୁରେଶ ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ସ୍କୁବା ଡାଇଭର ସହାୟତାରେ ମୃତ ଦେହକୁ ଉଦ୍ଧାର କରିଛନ୍ତି । କିନ୍ତୁ ସନ୍ଧ୍ୟା ହୋଇ ଯିବାରୁ କାର ଟି କେନାଲ ରୁ ବାହାର କରା ଯାଇ ପାରିନି ।