ପୁଣି ଛୁଟି ବଢ଼ାଇଲେ ସୁମିତ

ପୁଣି ଛୁଟି ବଢ଼ାଇଲେ ସୁମିତ

ପୁଣି ଛୁଟି ବଢ଼ାଇଲେ ସୁମିତ

ବ୍ରହ୍ମପୁର:  ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍ରେ ଚାଲିଥିବା ସୁମିତ୍ ଓ ତପସ୍ୱିନୀ ବିବାଦ ଦିନକୁ ଦିନ ବିଭିନ୍ନ ମୋଡ଼ ନେବାକୁ ଲାଗିଛି । ପୁଣି ୧୫ ଦିନ ଛୁଟି ବୃଦ୍ଧି କରିଛନ୍ତି ଡାକ୍ତର ସୁମିତ୍ ସାହୁ । ସ୍ୱାସ୍ଥ୍ୟଗତ କାରଣ ଏବଂ ମାନସିକ ଅଶାନ୍ତି ଦର୍ଶାଇ ସୁମିତ ଛୁଟି ବୃଦ୍ଧି କରିଥିବା କୁହାଯାଇଛି । ସେପଟେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ପକ୍ଷରୁ ଦିଆଯାଇଥିବା ରାୟକୁ ନେଇ ସୁମିତ୍ଙ୍କ ପରିବାର ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା ୨୭ ତାରିଖରେ ଏହାର ଶୁଣାଣି ହେବ । ନ୍ୟାୟ ଦାବି କରି ନିଜର ଶ୍ୱଶୁର ଘରେ ଧାରଣା ଜାରି ରଖିଛନ୍ତି ତପସ୍ୱିନୀ ଦାଶ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ କିମ୍ୱା ଶ୍ୱଶୁର ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଶ୍ୱଶୁର ଭିତର ପଟୁ କବାଟ ଦେଇ ଅଯଥା ଅଭିଯୋଗ କରୁଥିବା କଥା କହିଛନ୍ତି ତପସ୍ୱନୀଙ୍କ ଓକିଲ ପ୍ରଦୀପ କୁମାର ବେହେରା ।ଏହି ଘଟଣାକୁ ନେଇ ରାଜ୍ୟପାଳଙ୍କ ପତ୍ର ଆସିବା ପରେ ଜିଲ୍ଲାପାଳ ଏହାର ରିପୋର୍ଟ ଦେବେ । ଉଭୟଙ୍କ ପିଟିସନ୍ ଉପରେ ଆସନ୍ତା ୨୭ ତାରିଖରେ ବିଚାର ହେବ ଯାହା ଉପରେ ସଭିଁଙ୍କ ନଜର ରହିଛି ।