ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ
ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟଙ୍କ ଆଜି ପରଲୋକ ହୋଇଯାଇଛି। ସକାଳ ୯.୩୦ରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ନେଇ ଝିଅ ଅନିତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି ।
ରାମକୃଷ୍ଣ ପଟ୍ଟନାୟଙ୍କ ପରଲୋକ ଖବର ପାଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବାବେଳେ ବହୁ ରାଜନେତା ଶୋକବ୍ୟକ୍ତ କରିଛନ୍ତି ।
ଗଞ୍ଜାମ କୋଦଳା ନିର୍ବାଚନମଣ୍ଡଳୀରୁ ସେ ୬ଥର ନିର୍ବାଚିତ ହୋଇଥିଲେ । ଉକ୍ରଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ସେ ନିର୍ବାଚିତ ହୋଇଥିଲେ । ଏକାଧିକ ବିଭାଗର ମନ୍ତ୍ରୀଭାବେ ସେ ଦାୟିତ୍ୱ ତୁଲାଇଥିଲେ । ଅର୍ଥ, କୃଷି ଓ ଗ୍ରାମ୍ୟ ଉନ୍ନୟନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ ।
ରାମକୃଷ୍ଣ ପଟ୍ଟନାକ ୨୦୦୦ରୁ ୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ଥିଲେ ।
ତେବେ ପ୍ରଥମ ଥର ବିଧାୟକ ହୋଇ ସେ ୧୯୭୧ ରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ।
ତାଙ୍କ ପରଲୋକରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ସମେତ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ କଂଗ୍ରେସ ନେତା ନରସିଂହ ମିଶ୍ର ଶୋକ ପ୍ରକାଶ କରିଛନ୍ତି ।