ପିସିସି ସଭାପତି ନେଇ ତାରାଙ୍କ ବଡ଼ ବୟାନ

ପିସିସି ସଭାପତି ନେଇ ତାରାଙ୍କ ବଡ଼ ବୟାନ

ପିସିସି ସଭାପତି ନେଇ ତାରାଙ୍କ ବଡ଼ ବୟାନ

ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ତେବେ କିଏ ହେବ ପିସିସି ସଭାପତି? ଏ ନେଇ କଳ୍ପନାଜଳ୍ପନା ଚାଲିଛି ।  ଏହାରି ଭିତରେ ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  ବଡ଼ ବୟାନ  ଦେଇଛନ୍ତି । ତାରା କହିଛନ୍ତି, ପିସିସି ପରିବର୍ତ୍ତନ ସୁନିଶ୍ଚିତ। କିନ୍ତୁ ପିସିସି ସଭାପତି ପଦ ବିଧାୟକମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନଯାଏ, ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ। ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ, ଦଳ ଦମ ଦେଖେଇ ପାରିବ।

ମୋତେ ଯଦି କାର୍ୟ୍ୟକାରୀ ସଭାପତି ପଦ ଦିଆଯାଏ ମୁଁ ତାକୁ ଗ୍ରହଣ କରିବି ନାହିଁ। ବିଧାୟକମାନଙ୍କ ମଧ୍ୟରୁ କାହାକୁ ନଦେଲେ, ଆମ ଭିତରେ ଅସନ୍ତୋଷ ରହିବ। ଦଳ ଛାଡିବୁନି, କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଏ ବାବଦରେ ଜଣାଇବୁ। ଠିକ୍ ଭାବେ ଫୁଟବଲ ଖେଳିଲେ, ଗୋଲ ନିଶ୍ଚୟ ହେବ। କଂଗ୍ରେସର ନବକଳେବର ହେବ, ସଙ୍ଗଠନ ସୁଦୃଢ ହେଲେ ଲୋକଙ୍କର ବିଶ୍ୱାସ ବଢିବ ବୋଲି ସେ କହିଛନ୍ତି।