ନିଲାମ ହୋଇଥା’ନ୍ତା ନବୀନ ନିବାସ : ବୈଜୟନ୍ତ ପଣ୍ଡା

ନିଲାମ ହୋଇଥା’ନ୍ତା ନବୀନ ନିବାସ : ବୈଜୟନ୍ତ ପଣ୍ଡା

ନିଲାମ ହୋଇଥା’ନ୍ତା ନବୀନ ନିବାସ : ବୈଜୟନ୍ତ ପଣ୍ଡା
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ସେ କହିଛନ୍ତିଯେ, ୧୯୭୯ରେ ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଟୁ୍ୟବସ ବୁଡ଼ି ଯାଇଥିଲା । ବିଜୁ ବାବୁ ଋଣ ଶୁଝି ପାରୁନଥିଲେ । ଫଳରେ ନବୀନ ନିବାସ ଓ ଦିଲ୍ଲୀ ଔରଙ୍ଗଜେବ ରୋଡ଼ରେ ଥିବା ଘର ନିଲାମ ହୋଇଥା’ନ୍ତା । କିନ୍ତୁ ସେତେବେଳେ ତାଙ୍କ ବାପା ବଂଶୀ ପଣ୍ଡା ଏହା କରାଇ ଦେଇନଥିଲେ । ସେ ନିଜେ ଗ୍ୟାରେଂଟର ପଡ଼ିଥିଲେ । ଯେଉଁଥିପାଇଁ ନବୀନ ନିବାସ ନିଲାମରୁ ବର୍ତି ଯାଇଥିଲା ବୋଲି ବୈଜୟନ୍ତ କହିଛନ୍ତି । ଯେଉଁ ବଂଶୀ ପଣ୍ଡା ନବୀନଙ୍କ ପରିବାର ପାଇଁ ଏତେ ତ୍ୟାଗ କରିଥିଲେ ତାଙ୍କ ମୃତୁ୍ୟବେଳେ ନବୀନ ଆସିନଥିଲେ । ଏହା ବେଇମାନୀ ନା ସ୍ୱାଭିମାନୀ ତାହା ଜନତା ବିଚାର କରିବେ ବୋଲି ବୈଜୟନ୍ତ କହିଛନ୍ତି । ସୂଚନାଯୋଗ୍ୟଯେ, ପୂର୍ବରୁ ମଧ୍ୟ ଇମ୍ଫା ଓ ବୈଜୟନ୍ତ ପଣ୍ଡା ବିଜୁଙ୍କୁ କେତେ ସାହାଯ୍ୟ କରିଛନ୍ତି ତାହା ବି ବୈଜୟନ୍ତ କହିବାକୁ ପଛାଇ ନଥିଲେ । ଏମିତିକି ଇମ୍ଫା ହେଲିକପ୍ଟରରେ ବିଜୁବାବୁ ନିର୍ବାଚନୀ ପ୍ରଚାର କରୁଥିଲେ ବୋଲି କହିଥିଲେ । ଅପରପକ୍ଷରେ ବୈଜୟନ୍ତଙ୍କ ଏଭଳି ଟିପ୍ପଣୀ ନେଇ ଜଣେ ବିଜେଡ଼ି ନେତା କହିଛନ୍ତିଯେ, ବିଜୁବାବୁଙ୍କ ପାଇଁ ବଂଶୀ ପଣ୍ଡା ଅଧିକ କରିଥିଲେ ନା ବଂଶୀ ପଣ୍ଡାଙ୍କ ପାଇଁ ବିଜୁ ବାବୁ ଅଧିକ କରିଛନ୍ତି ତାହା ସାରା ରାଜ୍ୟବାସୀ ଜାଣିଛନ୍ତି । ବଂଶୀ ପଣ୍ଡା ଯେଉଁ ଶିଳ୍ପ ପ୍ରତିଷ୍ଠା କରିଥିଲେ ତାହା ବିଜୁବାବୁଙ୍କ ଅବଦାନରେ ହିଁ ହୋଇଥିଲା । ବରଂ ବିଜୁବାବୁଙ୍କ ଆଢ଼ୁଆଳରେ ପଣ୍ଡା ପରିବାର ବହୁ ବ୍ୟବସାୟିକ ସ୍ୱାର୍ଥ ହାସଲ କରିପାରିଥିଲେ । ସେହିପରି ନବୀନ ବାବୁଙ୍କ ପାଇଁ ବୈଜୟନ୍ତ ଆଜି ରାଜନୀତିରେ ଉପରକୁ ଉଠି ପାରିଛନ୍ତି । ଦୁଇ ଦୁଇ ଥର ରାଜ୍ୟସଭା ଓ ଦୁଇଥର ଲୋକସଭା ସାଂସଦ କରାଇ ନବୀନ ତାଙ୍କର ପରିଚୟ ସୃଷ୍ଟି କରାଇଛନ୍ତି । କିନ୍ତୁ ବୈଜୟନ୍ତ ଏବେ ସବୁ ଭୁଲି ଯାଇଛନ୍ତି । ଉପର ଠାଉରିଆ ଭାବେ ସେ ବିଜେଡ଼ିକୁ ମଜବୁତ କରାଉଛନ୍ତି ବୋଲି କହୁଥିଲେ ମଧ୍ୟ ବିଜେପି ସହ ଭିତିରି ବୁଝାମଣା କରି ଦଳକୁ ବୁଡ଼ାଇବାକୁ ଷଡ଼ଯନ୍ତ୍ର କରାଉଥିଲେ । ଯାହା ନବୀନ ପଣ୍ଡ କରି ସାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।