ମହାରାଷ୍ଟ୍ର ରାଜନୀତି ହାଲଚାଲ

ମହାରାଷ୍ଟ୍ର ରାଜନୀତି ହାଲଚାଲ

ମହାରାଷ୍ଟ୍ର ରାଜନୀତି ହାଲଚାଲ
ନୂଆଦିଲ୍ଲୀ: ଶେଷରେ ନାଟକୀୟ ମୋଡ ନେଇଛି ମହାରାଷ୍ଟ୍ର ରାଜନୀତି। ସବୁ ଅଙ୍କକୁ ଭୁଲ ପ୍ରମାଣିତ ହୋଇଯାଇଛି। ପ୍ରାୟ ୧ମାସ ହେବ ଯେଉଁ ଛକାପଞ୍ଝା ଏବଂ କଳ୍ପନା ଜଳ୍ପନା ଲାଗିରହିଥିଲା ତାହାର ଅବସାନ ଘଟିଛି। ଆଶ୍ଚର୍ୟ୍ୟଜନକ ଭାବେ ଏନସିପି ସହଯୋଗରେ ରାଜ୍ୟରେ ସରକାର ଗଢ଼ିଛି ବିଜେପି। ଶନିବାର ସକାଳୁ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ରରେ ସକାଳୁ ସକାଳୁ ଗଠନ ହେଲା ସରକାର । ସକାଳେ ନିଦରୁ ଉଠି ଲୋକେ ନୂଆ ସରକାର ଦେଖିଛନ୍ତି । ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ଼ ଆସିଛି । ରାତାରାତି ସମୀକରଣ ବଦଳିଯାଇଛି । ଏନସିପି ସହ ମିଶି ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିଛି । ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହେବାର କିଛି ଘଣ୍ଟା ମଧ୍ୟରେ ନୂଆ ସରକାର ଗଠନ ହୋଇଛି । ସକାଳ ୫ଟା୪୭ରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହୋଇଥିଲା । ପରେ ସକାଳ ୮ଟାରେ ମୁଖ୍ୟମନ୍ତ୍ରୀଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିଲେ । ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ଏନସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଉଭୟଙ୍କୁ ଶପଥ ପାଠ କରାଇଥିଲେ । କଂଗ୍ରେସ-ଏନସିପି-ଶିବସେନା ମେଣ୍ଟ ସରକାର ଗଠନ ନେଇ ଚର୍ଚ୍ଚାରେ ଥିବାବେଳେ ବିଜେପି ଓ ଏନସିପି ସହ ମିଶି ସରକାର ଗଠନ କରିଛି । ଅଜିତଙ୍କ ନିଷ୍ପତ୍ତି, ଏନସିପିର ନୁହେଁ: ଶରଦ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏନିସିପି ମୁଖ୍ୟ ଶରଦ ପାୱାର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେପି ସହ ମିଶିବା ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ କରିବା ଅଜିତଙ୍କ ନିଜସ୍ୱ ନିଷ୍ପତ୍ତି । ଏହାର ଏନସିପିର ନିଷ୍ପତ୍ତି ନୁହେଁ । ଅଜିତଙ୍କ ଏହି ନିଷ୍ପତ୍ତିକୁ ଆମେ ସମର୍ଥନ କରୁନାହୁଁ । ପାୱାର ପରିବାରରେ ଫାଟ? ମହାରାଷ୍ଟ୍ରରେ ବିଜେପି-ଏନସିପି ସରକାର ଗଠନ ପରେ ଏନସିପି-ପାୱାର ପରିବାରରେ ବଡ଼ ଫାଟହେବା ନେଇ ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାକୁ ଖୋରାକ ଦେଇଛନ୍ତି ଶରଦ ପାୱାରଙ୍କ ଝିଅ ସୁପ୍ର୍ରିୟା ସୁଲେ । ସୁପ୍ରିୟାଙ୍କ ହ୍ୱାଟସ ଆପ ଷ୍ଟାଟସ ନେଇ ଏବେ ଚାରି ଆଡେ଼ ଚର୍ଚ୍ଚା ଜୋର ଧରିଛି । ଅଜିତ ବିଶ୍ୱାସଘାତକ- ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ ପରେ ଶିବସେନା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ଏହି ଅବସରରେ ଅଜିତ ପାୱାରଙ୍କୁ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି । ଅଜିତ ବିଶ୍ୱାସଘାତକତା କରିଛନ୍ତି । ଜନତା ଏହାର ଠିକ ଜବାବ ଦେବେ ବୋଲି ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ସରକାର ଗଠନରେ ଶରଦ ପାୱାରଙ୍କ ଭୂମିକା ନଥିଲା । ଅଜିତ ଛତ୍ରପତି ଶିବାଜୀଙ୍କ ନାଁ ବଦନାମ କରିଛନ୍ତି । କାଲି ରାତି ୯ଟା ଯାଏଁ ଅଜିତ ଆମ ସହ ବୈଠକରେ ଥିଲେ । ପରେ ଆମ ଗହଣରୁ ଅଜିତ ହଠାତ ଉଭାନ ହୋଇଗଲେ । ସେ ଆମ ଆଖିରେ ଆଖି ମିଶାଇ ପାରୁନଥିଲେ । ତେଣୁ ଆମର ତାଙ୍କ ଉପରେ ସନେ୍ଦହ ହୋଇଥିଲା ବୋଲି ଶ୍ରୀ ରାଉତ କହିଛନ୍ତି । ଏହାଛଡ଼ା ରାଜ୍ୟପାଳ ବି ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି । ସେ ତାଙ୍କ କ୍ଷମତାର ଦୁରୁପଯୋଗ କରିଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି । ଜରୁରୀ ବୈଠକ ଡାକିଲା କଂଗ୍ରେସ: ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବାବେଳେ କଂଗ୍ରେସ ଏକ ଜରୁରୀ ବୈଠକ ଡାକିଛି । ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ମଲ୍ଲିକାର୍ଜ୍ଜୁନ ଖଡ଼ଗେ, କେ.ସି ବେଣୁଗୋପାଳଙ୍କ ସମେତ କଂଗ୍ରେସର ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିବାର ସୂଚନା ମିଳିଛି । ପାୱାର ଡାକିଲେ ବୈଠକ: ମହାରାଷ୍ଟ୍ରରେ ସରକାର ଗଠନ ପରେ ଏବେ ମହାରାଷ୍ଟ୍ର ରାଜନୀତିରେ ଏକ ପ୍ରକାର ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏକ ଜରୁରୀ ବୈଠକ ଡାକିଛନ୍ତି । ପାୱାର ଏନସିପିର ସବୁ ବିଧାୟକଙ୍କ ଜରୁରୀ ବୈଠକ ଡାକିଛନ୍ତି । ଆଜି ଅପରାହ୍ନ ୪.୩୦ରେ ଏହି ବୈଠକ ଅନୁଷ୍ଠିତ ହେବ ।