ପିଲାଙ୍କ ନାକ, ଗଳାରେ ଅଧିକ ଦିନ ରହିପାରିବ କରୋନା

ପିଲାଙ୍କ ନାକ, ଗଳାରେ ଅଧିକ ଦିନ ରହିପାରିବ କରୋନା

ପିଲାଙ୍କ ନାକ, ଗଳାରେ ଅଧିକ ଦିନ ରହିପାରିବ କରୋନା
ୱାଶିଂଟନ: ପିଲାଙ୍କ ନାକ ଓ ଗଳାରେ ଅନେକ ସପ୍ତାହ ଧରି କରୋନା ଭୂତାଣୁ ରହିପାରିବ । ଏହି ସମୟରେ ଏମିତି ବି ହୋଇପାରେ ନାକ-ଗଳାରେ କରୋନା ଥାଇ ବି ସେମାନଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖିବାକୁ ମିଳିବ ନାହିଁ । ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ଚୁପଚାପ ଅନ୍ୟ ଲୋକଙ୍କୁ ବ୍ୟାପିବା ଜାରି ରଖିବ । ୱାଶିଂଟନର ଚିଲଡ୍ରେନ ନ୍ୟାସନାଲ ହସ୍ପିଟାଲ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷକଙ୍କ ଦ୍ୱାରା ହୋଇଥିବା ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଅଧିକାଂଶ ଲୋକ କରୋନା ସଂକ୍ରମଣ ଲକ୍ଷଣ ଦେଖାଦେବା ପରେ ଯାଇ ନମୁନା ପରୀକ୍ଷଣ କରାଉଛନ୍ତି । ଏହା ଦ୍ୱାରା ସଂକ୍ରମଣ ଅଧିକ ବେଗରେ ମାତୁଛି । ଗଗେଷକମାନେ ଏଭଳି ୮୫ ପିଲାଙ୍କୁ ଚିହ୍ନଟ କରିଥିଲେ, ଯେଉଁମାନେ ପଜିଟିଭ ତ ଥିଲେ କିନ୍ତୁ ସେମାନଙ୍କର କୌଣସି ପରୀକ୍ଷା କରାଯାଇନଥିଲା । ସେମାନଙ୍କ ପରିବାର ଲୋକମାନେ ପରୀକ୍ଷା କରାଇନଥିଲେ । ପରୀକ୍ଷା ନ ହେବା ଦ୍ୱାରା ସେମାନଙ୍କଠାରେ ଥିବା ଭୂତାଣୁ ଅନ୍ୟ ଲୋକଙ୍କୁ ଡେଇଁ ସେମାନଙ୍କର କ୍ଷତି ଘଟାଇଥିଲା । ସେମାନଙ୍କ ମୁତାବକ ଅଧିକାଂଶ ପିଲାଙ୍କଠାରେ କରୋନା ଭୂତାଣୁ ପ୍ରବେଶ କରିବା ପରେ ଏହା ନାକ ଏବଂ ଗଳା ମଧ୍ୟରେ ରହିଯାଉଛି । ପ୍ରତିରୋଧକ କ୍ଷମତା ଅଧିକ ଥିବାରୁ ସେମାନେ ଆଉ ଭିତରକୁ ପ୍ରବେଶ କରିପାରୁନାହାନ୍ତି । ଭୂତାଣୁ ଗୁଡ଼ିକ ଅନେକ ସପ୍ତାହ ପର୍ଯ୍ୟନ୍ତ କେବଳ ନାକ ଓ ଗଳାରେ ରହିବା ଦ୍ୱାରା ପିଲାମାନଙ୍କଠାରେ କୌଣସି ସମସ୍ୟା ଦେଖାଦେଇନଥାଏ । ତେବେ ଏଭଳି ପରିସ୍ଥିତିରେ ପିଲାମାନଙ୍କର ଟେଷ୍ଟ କରାଇ ସେମାନଙ୍କଠାରୁ ଭୂତାଣୁକୁ ହଟାଇବା ଜରୁରି । ସଂକ୍ରମଣକୁ ବ୍ୟାପିବାକୁ ନ ଦେବା ପାଇଁ ଏଭଳି କରାଯିବା ଆବଶ୍ୟକ ।