ଜାଣନ୍ତୁ କର୍କଟ ରୋଗୀଙ୍କ ପାଇଁ ପନିପରିବା ଓ ଫଳ

ଜାଣନ୍ତୁ କର୍କଟ ରୋଗୀଙ୍କ ପାଇଁ ପନିପରିବା ଓ ଫଳ

ଜାଣନ୍ତୁ କର୍କଟ ରୋଗୀଙ୍କ ପାଇଁ ପନିପରିବା ଓ ଫଳ
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସର୍ବେକ୍ଷଣ ଅନୁସାରେ, ଦିନକୁଦିନ କର୍କଟରୋଗୀଙ୍କ ସଂଖ୍ୟା ବିଶ୍ୱସ୍ତରରେ ବଢିବାରେ ଲାଗିଛି । ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ପ୍ରକାଶ । ନୁ୍ୟଜିଲାଣ୍ଡର ବିଶେଷଜ୍ଞ ଦଳ ଯଥା ଗବେଷଣା କରିବା ପରେ ପ୍ରକାଶ କରିଛନ୍ତି ଯେ ନିୟମିତ ଭାବେ ଖାଦ୍ୟପେୟରେ କେତୋଟି ପନିପରିବା ଓ ଫଳ ସାମିଲ କରେ କର୍କଟ ରୋଗ ହେବାର ଆଶଙ୍କା ଯଥେଷ୍ଟ କମ । . ସପ୍ତାହକୁ ୨-୩ ଥର ନିଜ ଖାଦ୍ୟ ତାଲିକାରେ ବନ୍ଧାକୋବିର ଉପଯୋଗ କରନ୍ତୁ । ସାଲାଡ ନଚେତ ତରକାରୀ ଭାବେ ଏହାକୁ ଖାଇବା ଖୁବ ଉପଯୋଗୀ । ବନ୍ଧାକୋବିର ଥିବା ଡିଣ୍ଡୋଲିମିଥେନ, ସଲଫରୋଫାନ,ସେଲେନିୟମ ତତ୍ୱ ହିଁ କର୍କଟ ପ୍ରତିରୋଧୀ । ମାଇକ୍ରୋୱେଭ ପ୍ରସ୍ୁତି ବନ୍ଧାକୋବିର ବେଞ୍ଜନ ସ୍ୱାସ୍ଥ୍ୟ ଉପରେ ଉତମ ପ୍ରଭାବ ପକାଉଥିବାର ବିଶେଷଜ୍ଞଙ୍କ ମତ । . ଫଳ ମଧ୍ୟରେ ଷ୍ଟ୍ରବେରି ଓ ଡାଳିମ୍ବ କର୍କଟ ହେବାର ଆଶଙ୍କା କମ କରେ । ଏସବୁର ରସ ପ୍ରତ୍ୟହ ପିଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିବା ସହ ଶକ୍ତି ମିଳିଥାଏ ।