୧୦ ଟଙ୍କାରେ ମୋଦି ଇଡଲି

୧୦ ଟଙ୍କାରେ ମୋଦି ଇଡଲି

୧୦ ଟଙ୍କାରେ ମୋଦି ଇଡଲି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଖୁବ ଶୀଘ୍ର ବିକି୍ର ହେବ ମୋଦି ଇଡଲି । ୪ ଇଡଲିର ମୁଲ୍ୟ ୧୦ ଟଙ୍କା । ଜଣେ ବରିଷ୍ଠ ବିଜେପି କର୍ମକର୍ତ୍ତାଙ୍କ ସୌଜନ୍ୟାରେ ତାମିଲନାଡୁର ସାଲେମଠାରେ ସାଧାରଣ ଲୋକଙ୍କ ଉଦେ୍ଧଶ୍ୟରେ ବିକି୍ର ହେବ ମୋଦି ଇଡଲି । ବିଜେପି ପ୍ରଚାର ସେଲ ପ୍ରଦେଶ ଉପାଧ୍ୟକ୍ଷ ମହେଶଙ୍କ ବିଚାରର ଫଳସ୍ୱରୂପ ଏହି ପ୍ରୟାସର ଲୋକପି୍ରୟତା ପାଇଁ ‘ମୋଦି ଇଡଲି’ର ପୋଷ୍ଟର ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ପୋଷ୍ଟରଗୁଡ଼ିକ ମୋଦିଙ୍କ ଫଟୋ ରହିଛି । ମହେଶଙ୍କ ଫଟୋ ସହିତ ମଝିରେ ଉଲ୍ଲେଖ ହୋଇଛି ‘୧୦ ଟଙ୍କାରେ ୪ ଇଡଲି’ । ଏଥିରେ ସାମ୍ବର ମଧ୍ୟ ମିଳିବ । ଆଧୁନିକ ରୋଷେଇ ସରଞ୍ଜାମ, ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ବୋଲି ପୋଷ୍ଟରରେ ଉଲ୍ଲେଖ ହୋଇଛି । ସହରରେ ମୋଦି ଇଡଲିର ୨୨ ଦୋକାନ ପ୍ରାରମ୍ଭିକ ସ୍ତରରେ ଖୋଲିବାକୁ ଯୋଜନା ଥିଲା । ଇଡଲି ବିକି୍ର ଓ ଏହାର ସଫଳତାକୁ ଦେଖି ପରେ ଦୋକାନ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନିଆଯିବ । ଦିନକୁ ୪୦ ହଜାର ଇଡଲି ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି ଆସିପାରିଛି । ଆସନ୍ତା ସପ୍ତାହରୁ ମାଦି ଇଡଲି ବିକି୍ର ଆରମ୍ଭ ହେବ ।