ପାନ ମସଲା କମ୍ପାନିକୁ ଲିଗାଲ ନୋଟିସ୍‌ ପଠାଇବେ ଅମିତାଭ

ପାନ ମସଲା କମ୍ପାନିକୁ ଲିଗାଲ ନୋଟିସ୍‌ ପଠାଇବେ ଅମିତାଭ

ପାନ ମସଲା କମ୍ପାନିକୁ ଲିଗାଲ ନୋଟିସ୍‌ ପଠାଇବେ ଅମିତାଭ

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅନେକ ବିଜ୍ଞାପନ କରନ୍ତି। ତାଙ୍କ ବିଜ୍ଞାପନରୁ ତାଙ୍କ ଫ୍ୟାନ୍ ମଧ୍ୟ ଖୁବ୍ ପ୍ରଭାବିତ ହୁଅନ୍ତି।  ନିକଟରେ ବିଗ୍ ବି’ ‘କମଲା ପସନ୍ଦ’ ପାନ୍ ମସାଲା ବିଜ୍ଞାପନ କରିଥିଲେ। ଏହାକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଥିଲା। ନିଜ ଜନ୍ମ ୭୯ତମ ଜନ୍ମ ଦିନରେ ବିଗ୍ ବି’ ଏହି ପାନ୍ ମସାଲା ବ୍ରାଣ୍ଡ ସହିତ ହୋଇଥିବା ଚୁକ୍ତିନାମାକୁ ବାତିଲ କରିଦେଇଥିଲେ। ଏନେଇ ଅମିତାଭ ନିଜ ବ୍ଲଗରେ ସୂଚନା ଦେଇଥିଲେ।

ଜଣେ ପ୍ରଶଂସକ ଅମିତାଭ ବଚ୍ଚନଙ୍କୁ ସାମାଜିକ ଗଣମାଧ୍ୟମରେ ଏହି ବ୍ରାଣ୍ଡକୁ କାହିଁକି ସମର୍ଥନ କରିବାକୁ ପସନ୍ଦ କଲେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ବିଗ୍ ବି’ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଥିଲେ। ଏହାପରେ ସେ କମ୍ପାନି ସହ ସମସ୍ତ ଚୁକ୍ତିନାମା ବାତିଲ କରିବା ସହ ଅର୍ଥ ଫେରସ୍ତ କରି ଦେଇଥିଲେ।

ହେଲେ କମ୍ପାନି ନିଜ ବ୍ୟାବସାୟିକ ଫାଇଦା ପାଇଁ ବିଗ୍ ବିଙ୍କୁ ନେଇ ସୁଟିଂ କରିଥିବା ବିଜ୍ଞାପନକୁ ପ୍ରଦର୍ଶିତ କରୁଛି। ଏହାକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ବିଗ୍ ବି। ଏପରିକି ଲିଗାଲ ନୋଟିସ୍ ପଠାଇ କମ୍ପାନିକୁ ତାର ଭୁଲ୍ ସମ୍ପର୍କରେ ଚେତାଇଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି।