ରାସ୍ତାରେ ଉଡ଼ିଲା ଟଙ୍କା, ଗାଡ଼ି ଅଟକାଇ ଗୋଟାଇ ନେଲେ ଲୋକେ

ରାସ୍ତାରେ ଉଡ଼ିଲା ଟଙ୍କା, ଗାଡ଼ି ଅଟକାଇ ଗୋଟାଇ ନେଲେ ଲୋକେ

ରାସ୍ତାରେ ଉଡ଼ିଲା ଟଙ୍କା, ଗାଡ଼ି ଅଟକାଇ ଗୋଟାଇ ନେଲେ ଲୋକେ

ୱାସିଂଟନ: ଜାତୀୟ ରାଜପଥର ଟଙ୍କା। ଲକ୍ଷଲକ୍ଷ ଟଙ୍କା। ଏଣେତେଣେ ପଡ଼ିଛି, ଉଡ଼ୁଛି। ଗାଡ଼ି ଅଟକାଇ ଟଙ୍କା ଗୋଟାଇ ନେଲେ ଲୋକେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଶୁକ୍ରବାର ଆମେରିକାର ଦକ୍ଷିଣ ଦକ୍ଷିଣ କାର୍ଲିଫର୍ଣ୍ଣିଆର ଏକ ରାଜପଥରେ ଏପରି ଘଟଣା ଘଟିଥିଲା। ଗୋଟିଏ ବଡ଼ ଗାଡ଼ିରେ ଟଙ୍କା ଯାଉଥିବା ବେଳେ ହଠାତ୍ ଏହା ଖସି ପଡ଼ିଥିଲା। ଫଳରେ ରାସ୍ତା ସାରା ଖାଲି ଡଲାର ଉଡ଼ିବାରେ ଲାଗିଥିଲା। ଲୋକମାନେ ପୁଳାପୁଳା ନୋଟ ନିଜ ସହ ନେଇ ଯାଉଥିବା ଦେଖିବାକୁ ମିଳିଛି।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଟଙ୍କା ବୋଝେଇ ଟ୍ରକଟି ସାନ ଡିଏଗୋରୁ ଫେଡେରାଲ୍ ଡିପୋଜିଟ ବୀମାର ଗୋଟିଏ ଅଫିସକୁ ଯାଉଥିଲା। ତେବେ ସକାଳ ପ୍ରାୟ ୯.୧୫ରେ ଗାଡ଼ିରେ ଥିବା ଟଙ୍କା ବ୍ୟାଗ ଖୋଲି ଯିବା ସହ ରାସ୍ତାରେ ଖସିବା ଆରମ୍ଭ ହୋଇଥିଲା। ଫଳରେ ଜାତୀୟ ରାଜପଥ ନୋଟରେ ଭର୍ତ୍ତି ହୋଇଯାଇଥିଲା। ଏହା ମଧ୍ୟରେ ୧ ଡଲାର ଓ ୨୦ ଡଲାର ନୋଟ୍ ଅଧିକ ରହିଥିଲା।

ଡେମି ବାଗବି ନାମକ ଜଣେ ବଡିବିଲଡର ତାଙ୍କ ଇନଷ୍ଟାଗ୍ରାମରେ ଟଙ୍କା କେମିତି ରାସ୍ତାରେ ପଡ଼ିଛି ଓ ଲୋକମାନେ ଏହାକୁ ଗୋଟାଉଛନ୍ତି, ତା’ର ଭିଡିଓ ପୋଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଏପରି ନୋଟ ବର୍ଷା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସେମାନେ ନେଇଥିବା ନୋଟ ଫେରସ୍ତ କରିବାକୁ କୁହାଯାଇଛି। ତେବେ କେତେ ଟଙ୍କା ରାସ୍ତାରେ ପଡ଼ିଥିଲା ଓ କେତେ ଟଙ୍କା ହଜିଛି ସେକଥା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନି।

ଦକ୍ଷିଣ କାର୍ଲିଫର୍ଣ୍ଣିଆର ହାଇୱେ ପାଟ୍ରୋଲିଂ ସରଜେଣ୍ଟ କାର୍ଟିସ୍ ମାର୍ଟିନ୍ କହିଛନ୍ତି, ଲୋକମାନେ ବହୁତ କିଛି ଟଙ୍କା ପାଇଛନ୍ତି। ଗାଡ଼ିର ଗୋଟିଏ କବାଟ ଖୋଲି ଯିବାରୁ ରାସ୍ତାରେ ଟଙ୍କା ଉଡ଼ିବା ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ଟଙ୍କା ନେଇ ଯିବାକୁ ଚେଷ୍ଟା କରୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଯଦି କେହି ଟଙ୍କା ନେଇ କେହି ଫେରସ୍ତ କରିବେନି, ତା’ହେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା କରାଯିବ। କାର୍ଲିଫର୍ଣ୍ଣିଆର ହାଇୱେ ପାଟ୍ରୋଲିଂ ଓ ଏଫବିଆଇ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଘଟଣାର ଦୁଇ ଘଣ୍ଟା ପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି।