ବାମ୍ଫରେ ତ୍ୱଚା ଚମକିବ

ବାମ୍ଫରେ ତ୍ୱଚା ଚମକିବ

ବାମ୍ଫରେ ତ୍ୱଚା ଚମକିବ

ଶୀତ ଦିନରେ ତ୍ୱଚାର ଯତ୍ନ ନେବାଦ୍ୱାରା ଏହା ସୁସ୍ଥ ଓ ସୌନ୍ଦର୍ଯ୍ୟ ବଜାୟ ରଖିଥାଏ । ପ୍ରାଚିନ କାଳରେ ତ୍ୱଚାର ଯତ୍ନ ନିମନ୍ତେ ବାମ୍ଫ କରାଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ଆଦର କମିନାହିଁ ।ପ୍ରାଚୀନ ସୈାନ୍ଦର୍ଯ୍ୟ ଚର୍ଚ୍ଚାରେ ତ୍ୱଚା ବାମ୍ଫ କରାଯାଉଥିବାବେଳେ ଏବେ ପର୍ଯ୍ୟନ୍ତ ଏହାର ଆଦର କମିନାହିଁ । ଶୀତ ଆରମ୍ଭ ହେବା ମାତ୍ର , ଏହି ସମୟରେ ତ୍ୱଚାରେ ବାମ୍ଫ ନେଇପାରିବେ । ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ଶୀତ ଋତୁରେ ମାସକୁ ଥରୁଟିଏ ତ୍ୱଚା ବାମ୍ଫ ନିଅନ୍ତୁ । ଏହି ଉପାୟ କଲେ ତ୍ୱଚାର ଲୋମକୂପ ଖୋଲିବା ସହ ବ୍ରଣ ମଧ୍ୟ ହୋଇନଥାଏ । ତେବେ, କିଭଳି ଉପାୟରେ କରିବେ ଏଇ ତ୍ୱଚା ବାମ୍ଫ ଓ ଏଥିପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ ଚାଲନ୍ତୁ ଜାଣିବା । 
 - ଲାଲ ଗୋଲାପର ପାଖୁଡ଼ା ୧୦-୧୨ ଟି
 - ପାନମହୁରି ଗୁଣ୍ଡ ୧ ଛୋଟ ଚାମଚ
 - ତୁଳସୀ ପତ୍ର ଗୁଣ୍ଡ ୧ ଛୋଟ ଚାମଚ
 - ପୋଦିନା ପତ୍ର ୧୦-୧୨ଟି 
ଏକ ବଡ଼ ପାତ୍ର ନେଇ ପ୍ରଥମେ ପାଣିକୁ ଭଲରେ ଫୁଟାଇବେ । ଏଥିରେ ଏ ସବୁ ସାମଗ୍ରୀ କୁ ମିଶାଇ ୫ ମିନିଟ୍ ଫୁଟାଇ ଚୁଲା ବନ୍ଦ କରନ୍ତୁ । ସେହି ପାଣିକୁ ତ୍ୱଚାର ବାମ୍ଫ ଭାବେ ଭଲରେ ନେବେ । ଏହି ଉପାୟକୁ କଲେ ତ୍ୱଚାର ରଙ୍ଗ ସଫା ହେବା ସହ ସମସ୍ତ ଅପରିଷ୍କାର, ମଇଳା ଦୂର ହୋଇଯାଏ ।