ପାକିସ୍ଥାନ ପ୍ରଧାନମନ୍ତ୍ରୀ ଭାରତ କାହିଁକି ଆସିବେ ଆସନ୍ତୁ ଜାଣିବା

ପାକିସ୍ଥାନ ପ୍ରଧାନମନ୍ତ୍ରୀ ଭାରତ କାହିଁକି ଆସିବେ ଆସନ୍ତୁ ଜାଣିବା

ପାକିସ୍ଥାନ ପ୍ରଧାନମନ୍ତ୍ରୀ ଭାରତ କାହିଁକି ଆସିବେ ଆସନ୍ତୁ ଜାଣିବା
ନୂଆଦିଲ୍ଲୀ - ପାକିସ୍ଥାନ ପ୍ରଧାନମନ୍ତ୍ରୀ ଭାରତ ଆସିବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡିଛି l ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଛି। ପରସ୍ପର ସହିତ ସମସ୍ତ ପ୍ରକାର ସମ୍ପର୍କ ବ୍ୟାହାତ ରହିଛି। ଏହାରି ଭିତରେ ଏସସିଓ (ଶାଙ୍ଘାଇ କୋଅପରସନ ଅର୍ଗାନାଇଜେଶନ) ବୈଠକ ହେବ। ଯାହାର ନେତୃତ୍ୱ ଚଳିତଥର ଭାରତ ନେବ। ଏଥିପାଇଁ ଭାରତ ପାକିସ୍ତାନକୁ ନିମନ୍ତ୍ରଣ କରିବ ବୋଲି ଯୋଜନା କରୁଛି? ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଏସସିଓ ସହ ଜଡ଼ିତ ଥିବା ଦେଶମାନଙ୍କୁ ଆମନ୍ତ୍ରଣ କରାଯିବ। ରବୀଶ କୁମାର ଆହୁରି କହିଛନ୍ତି, ଏସସିଓରେ ମୋଟ୍ ୮ଟି ଦେଶ ସହିତ ୪ଟି ପର୍ଯ୍ୟବେକ୍ଷକ ଦେଶକୁ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯିବ। ଏହି ବୈଠକ ପ୍ରତିବର୍ଷ ହୁଏ। ଏହି ବୈଠକରେ ଦେଶର ପ୍ରଧାନମନ୍ତ୍ରୀ ମାନେ ଯୋଗ ଦେବେ। ଏସସିଓ ଦେଶମାନଙ୍କ ମଧ୍ୟରେ ହେଉଥିବା ଅନେକ କାର୍ଯ୍ୟକ୍ରମ, ଆର୍ଥିକ ସ୍ଥିତି ଏବଂ ବ୍ୟବସାୟିକ ସହଯୋଗ ବାବଦରେ ଆଲୋଚନା ହୁଏ ବୋଲି ରବୀଶ କହିଛନ୍ତି। ତେବେ ପାକିସ୍ତାନକୁ ଏହି ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯିବ କି ନାହିଁ ଗଣମାଧ୍ୟମ ପ୍ରତିନିଧି ରବୀଶଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ସେ କହିଥିଲେ, ଏସସିଓ ପ୍ରତିଷ୍ଠା ବେଳେ ଯେଉଁ ନିୟମ ପାଳନ ହେଉଛି ତାହା ପାଳନ କରାଯିବ ବୋଲି ସେ କହିଛନ୍ତି।