ହତ୍ୟା ପରେ ଜାଳିଦେଲେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର

ହତ୍ୟା ପରେ ଜାଳିଦେଲେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର

ହତ୍ୟା ପରେ ଜାଳିଦେଲେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର
ଆସିକା – ହତ୍ୟା ପରେ ଜାଳିଦେଲେ ଦୁର୍ବୁତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ସୁନାପଲ୍ଲୀ ଗ୍ରାମରେ । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। କବିସୂର୍ୟ୍ୟନଗର ପୁଲିସ୍ ଏହି ଘଟଣାର ଛାନଭିନ୍ କରୁଛି । ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ମୃତ ଯୁବକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ବେଳେ ତାଙ୍କ ପାଟିରେ ରୁମାଲ ବନ୍ଧାଯାଇଛି। ଏଥିସହ ବେକରେ ସୁନା ଚେନ ଥିବା ଦେଖିବାକୁ ମିଳିଛି। କେଉଁ ଅଜଣା ସ୍ଥାନରେ ଯୁବକଙ୍କୁ ହତ୍ୟା ପରେ ସୁନାପଲ୍ଲୀ ଗ୍ରାମକୁ ଆଣି ପାଳ ପକାଇ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଗ୍ରାମର କୌଣସି ବ୍ୟକ୍ତି ନିଖୋଜ ନ ଥିବା ବେଳେ ମୃତକଜଣକ ବାହାରର ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି।